ଏହି କ୍ୟାମେରା ଆପ୍ ମାଧ୍ୟମରେ କୌଣସି ବି ଲେଖାର ଫଟୋ ଉଠାଇ କରିପାରିବେ ଏଡ଼ିଟ୍
ଗୁଗଲ ପ୍ଲେ ଷ୍ଟୋରରେ କ୍ୟାମେରା ସହ ଜଡ଼ିତ ଏମିତି ଅନେକ ଆପ୍ ରହିଛି ଯାହା ସାହାଯ୍ୟରେ ଅନେକ କଠିନ କାମ ସହଜରେ କରାଯାଇ ପାରିବ । କିନ୍ତୁ ଏଭଳି ଦରକରି ଆପ୍ ବିଷୟରେ ଏ ପର୍ଯ୍ୟନ୍ତ ମଧ୍ୟ ମୋବାଇଲ ବ୍ୟବହାରକାରୀମାନେ ଜାଣି ପାରିନାହାନ୍ତି । ସାଧାରଣତଃ ଲୋକମାନେ ଗୁଗଲ୍ ପ୍ଲେ ଷ୍ଟୋରରୁ କେବଳ ବିଉଟି ଆପ୍ସ ହିଁ ଡ଼ାଉନ୍ଲୋଡ଼ କରିଥାନ୍ତି । କିନ୍ତୁ ପ୍ଲେ ଷ୍ଟୋରରେ ଏମିତି ବି କ୍ୟାମେରା ଆପ୍ ରହିଛି ଯାହା ସାହାଯ୍ୟରେ ଆପଣ କୌଣସି ବି ଲେଖାର ଫଟୋ ଉଠାଇ ତାକୁ ଏଡ଼ିଟ୍ କରିପାରିବେ । ଏହା ସହ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଟ୍ରାନ୍ସଲେଟ୍ ମଧ୍ୟ କରିପାରିବେ । ଏଠି ଯେଉଁ ସବୁ ଆଣ୍ଡ୍ରଏଡ଼୍ ଆପ୍ ବିଷୟରେ କୁହାଯାଉଛି ସେ ସବୁକୁ ପ୍ଲେ ଷ୍ଟୋରରୁ ଆପଣମାନେ ମାଗଣାରେ ଇନ୍ଷ୍ଟଲ କରିପାରିବେ । ଆସନ୍ତୁ ଜାଣିବା ସେ ସବୁ ଆପ୍ସ ବିଷୟରେ….
Sambad is now on WhatsApp
Join and get latest news updates delivered to you via WhatsApp
୧.ଗୁଗଲ ଟ୍ରାନ୍ସଲେଟ୍ : ଏହି ଆପ୍କୁ ପ୍ରାୟ ୫୦କୋଟି ଲୋକ ଡ଼ାଉନ୍ଲୋଡ଼ କରି ସାରିଛନ୍ତି । ଏହାକୁ ଲାଙ୍ଗୁଏଜ୍ କନଭର୍ଟ ଆପ୍ ବୋଲି ମଧ୍ୟ କୁହାଯାଏ । ଏହା ପୃଥିବୀର ୧୦୩ଟି ଭାଷାକୁ ସହଜରେ ଅନ୍ୟ ଭାଷାକୁ ବଦଳାଇବାରେ ସକ୍ଷମ । ପାଖାପାଖି ୫୨ଟି ଭାଷାକୁ ବିନା ଇଣ୍ଟରନେଟ୍ରେ ଏହା ବଦଳାଇପାରେ। ଏହି ଆପ୍ ମାଧ୍ୟମରେ ଆପଣମାନେ କୌଣସି ବି ଲେଖା ଫଟୋ ଉଠାଇ ତାକୁ ଅନ୍ୟ ଭାଷାକୁ ବଦଳାଇ ପାରିବେ । ଏହା ଦ୍ୱାରା ୩୭ଟି ଭାଷାର ଫଟୋ ଉଠାଇ ଆପଣ ଏଡ଼ିଟ୍ କରିପାରିବେ ।
୨.ଫଟୋମ୍ୟାଥ୍ କ୍ୟାମେରା କାଲ୍କୁଲେଟର : ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆପ୍କୁ ପ୍ରାୟ ୫ କୋଟି ଲୋକ ନିଜ ଫୋନରେ ଇନ୍ଷ୍ଟଲ କରି ସାରିଛନ୍ତି । ଯଦି ଆପଣ ଗଣିତ ପଢ଼ୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ । ଏହା ମାଧ୍ୟମରେ କୌଣସି ଗଣିତ ପ୍ରଶ୍ନର ଫଟୋ ଉଠାଇ ଆପଣ ତାହାର ଉତ୍ତର ପାଇ ପାରିବେ । ଏଥିରେ ସ୍ମାର୍ଟ କାଲ୍କୁଲେଟର ମଧ୍ୟ ରହିଛି ଯାହା ଆପଣଙ୍କୁ ଗଣିତ ପ୍ରଶ୍ନର ସମାଧାନ କରିବା ପାଇଁ ସାହାଯ୍ୟ କରିଥାଏ ।
୩.କ୍ୟୁଆର୍ ଆଣ୍ଡ୍ ବାର୍କୋଡ଼ ସ୍କାନର : ଏହି ଆପ୍ ମାଧ୍ୟମରେ କୌଣସି ବି ଜିନିଷର ବାର୍କୋଡ଼ ସ୍କାନ କରି ତା’ ବିଷୟରେ ସବୁ କିଛି ତଥ୍ୟ ପାଇ ପାରିବେ । ଆଜିକାଲି ବିଭିନ୍ନ ପ୍ରଡ଼କ୍ଟରେ ବାର୍କୋଡ଼ ରଖା ଯାଉଛି । ଯାହାକୁ ଆପଣ ଏହି ଆପ୍ ମାଧ୍ୟମରେ ସ୍କାନ କରି ତା’ ବିଷୟରେ ସବୁ କିଛି ତଥ୍ୟ ପାଇ ପାରିବେ । ଏହା ସହ ପ୍ରଡ଼କ୍ଟ ସହ ଜଡ଼ିତ ଡ଼ାଟା ମଧ୍ୟ ଆପଣ ସିଧା ସେୟାର କରି ପାରିବେ ।
୪.କାର୍ଡ଼ବୋର୍ଡ଼ କ୍ୟାମେରା : ଏହି ଆପ୍ ସାହାଯ୍ୟରେ ବ୍ୟବହାରକାରୀମାନେ ୩୬୦ ଆଙ୍ଗେଲରେ ଫଟୋ ଉଠାଇ ପାରିବେ । ଏ ପର୍ଯ୍ୟନ୍ତ ଏହି ଆପ୍କୁ ୫୦ଲକ୍ଷ ଲୋକ ଇନ୍ଷ୍ଟଲ କରି ସାରିଥିବା ଜଣା ପଡ଼ିଛି । ଏହି ଆପ ମାଧ୍ୟମରେ ଆପଣ କୌଣସି ବି ଲେଖାର ଫଟୋ ଉଠାଇ ତାକୁ ଏଡ଼ିଟ୍ କରିପାରିବେ ।