ଘର ଭଡ଼ା ଦେଇ ନପାରିବାରୁ ନାବାଳିକା ଝିଅକୁ ଦିବ୍ୟାଙ୍ଗଙ୍କ ସହ ବାହା କରାଉଥିଲେ ପରିବାର ଲୋକେ, ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ୍‌ : ହାଇଦ୍ରାବାଦରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଘର ଭଡ଼ା ଦେଇ ନ ପାରିବାରୁ ଘର ମାଲିକଙ୍କ ଦିବ୍ୟାଙ୍ଗ ପୁଅ ସହ ନାବାଳିକା ଝିଅର ବିବାହ କରୁଥିବା ବେଳେ ମାତା-ପିତାଙ୍କ ଏହି ଉଦ୍ୟମକୁ ବିଫଳ କରିଛି ପୁଲିସ । ଝିଅର ବୟସ ୧୫ ହୋଇଥିବା ବେଳେ ପୁଅର ବୟସ ୩୮ବୋଲି ଜଣାପଡ଼ିଛି । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ମନ୍ଦିରରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ପୁଲିସ ।
ସୂଚନା ମୁତାବକ, ବର ରମେଶ ଗୁପ୍ତା କୌଣସି ଶାରୀରିକ ସମସ୍ୟା ପାଇଁ ଠିକ୍‌ ଭାବରେ ଠିଆ ନ ହୋଇ ପାରିବା ସହ ଚାଲି ପାରନ୍ତି ନାହିଁ । ସେଥିପାଇଁ ରମେଶଙ୍କ ପରିବାର ଲୋକେ ତାଙ୍କ ପାଇଁ ଏକ ଦୋକାନ କରି ତାଙ୍କୁ ସେଠି ବୁଝାସୁଝା କରିବା ପାଇଁ କହିଥିଲେ । ରମେଶଙ୍କ ଘରେ ଭଡ଼ା ରହୁଥିବା ପୀଡ଼ିତାଙ୍କ ମାତା-ପିତା ଘରର ଭଡ଼ା ଠିକ୍‌ ସମୟରେ ନ ଦେଇ ପାରିବାରୁ ରମେଶଙ୍କ ବାପା ତାଙ୍କ ପୁଅ ସହ ନିଜ ଝିଅକୁ ବାହା କରାଅ ବୋଲି କହିଥିଲେ ।

newsx.com

ପୁଅର ଦେଖାଶୁଣା କରିବା ପାଇଁ ଲୋକ ଦରକାର ହେଉଥିବାରୁ ରମେଶଙ୍କ ବାପା ପୀଡ଼ିତାଙ୍କ ବାପାଙ୍କ ସହ ଚୁକ୍ତି କରିଥିଲେ,ଯଦି ତୁମେ ତୁମ ଝିଅକୁ ମୋ ପୁଅ ସହ ବାହା କରାଅ ତେବେ ଯାଇ ତୁମ ଘର ଭଡ଼ାକୁ ମୁଁ ଛାଡ଼ କରିବିା ଯେଉଁଥିରେ ପୀଡ଼ିତାଙ୍କ ମାତା-ପିତା ରାଜି ହୋଇ ଯାଇଥିଲେ । ବୁଧବାର ଏକ ମନ୍ଦିରରେ ବିବାହ ହେଉଥିବା ବେଳେ ପୁଲିସ ଏ ଖବର ମିଳିଥିଲା । ଖବର ପାଇ ପୁଲିସ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ଘର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବେଳେ ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ବାପା ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର