ଦିଲ୍ଲୀରେ ଚାଞ୍ଚଲ୍ୟ : ସ୍କୁଲ୍‌ ଛାତ୍ରୀଙ୍କୁ ଲିଫ୍ଟ ଦେଇ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କଲେ ସହପାଠୀ ଓ ଦୂରସଂପର୍କୀୟ

ନୋଏଡ଼ା : ପୁଣି ଏକ ଗଣଦୁଷ୍କର୍ମର ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍କୁଲରୁ ଫେରୁଥିବା ଛାତ୍ରୀଙ୍କୁ ଘରେ ଛାଡ଼ି ଦେବା ବାହାନାରେ ଗାଡ଼ିରେ ଲିଫ୍ଟ ଦେଇ ପୀଡ଼ିତାଙ୍କ ଜଣେ ସହପାଠୀ ଓ ଅନ୍ୟ ଦୁଇଜଣ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଆଶ୍ଚର୍ଯ୍ୟର କଥା ହେଲା, ଗଣଦୁଷ୍କର୍ମ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ତାଙ୍କର ଦୂର ସଂପର୍କୀୟ ବୋଲି ସୂଚନା ମିଳିଛି । ତୃତୀୟ ଅଭିଯୁକ୍ତଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ପୀଡ଼ିତାଙ୍କ ପରିବାର ଲୋକେ ୩ ଜଣଙ୍କ ବିରୋଧରେ ଏତଲା ଦାୟର କରିଥିବା ବେଳେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୂତାବକ, ଗତ ଏପ୍ରିଲ ୧୮ରେ ସ୍କୁଲ୍‌ ସାରି ଅପରାହ୍ନ ୨ଟା ସମୟରେ ଘରକୁ ଆସିବା ପାଇଁ ବାହାରିବା ବେଳକୁ ବସ ଛାଡ଼ି ଦେଇଥିଲା । ଘରକୁ ଯିବା ପାଇଁ କୌଣସି ଗାଡ଼ି ନ ମିଳିବାରୁ ଛାତ୍ରୀ ଜଣକ ଚାଲି ଚାଲି ଘରକୁ ଯିବାକୁ ବାହାରିଥିଲେ । ଏହି ସମୟରେ ୩ ଜଣ ଅଭିଯୁକ୍ତ ଆସି ତାଙ୍କୁ ଲିପ୍ଟ ଦେଇଥିଲେ । ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୀଡ଼ିତା ଜାଣିଥିବାରୁ କିଛି ନ ଭାବି ତାଙ୍କ ସହ ଯିବା ପାଇଁ ରାଜି ହୋଇ ଯାଇଥିଲେ ସେ । ଏହା ପରେ ୩ ଜଣ ପୀଡ଼ିତାଙ୍କୁ ନେଇ ଘରେ ଛାଡ଼ିବା ପରିବର୍ତ୍ତେ ଏକ ଇଞ୍ଜିନିୟରିଂ କଲେଜ ପଛପଟକୁ ନେଇ ଚଳନ୍ତା ଗାଡ଼ିରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏପଟେ ଠିକ୍‌ ସମୟରେ ପୀଡ଼ିତା ଘରେ ନ ପହଞ୍ଚିବାରୁ ପରିବାର ଲୋକେ ରାତି ୯ଟାରେ ପୁଲିସରେ ଏ ନେଇ ଏତଲା ଦେଇଥିଲେ ।

NYOOOZ

ଏତଲା ପାଇ ଖୋଜିବା ଆରମ୍ଭ କରିବା ପରେ ପୀଡ଼ିତାଙ୍କୁ କଲେଜ ପଛପଟୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା ପୁଲିସ । ଚିକିତ୍ସା ପରେ ଚେତା ଫେରିବାରୁ ପୂରା ଘଟଣା ବିଷୟରେ ଜଣାଇଥିଲେ ପୀଡ଼ିତା । ସବୁ ବିଷୟରେ ଜାଣିବା ପରେ ଧାରା ୩୭୬ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର