ମଦ ପାଇଁ ଚାଖଣାର ବ୍ୟବସ୍ଥା କରି ନପାରିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ
ତାମିଲନାଡୁ: ତାମିଲନାଡୁରେ ଜଣେ ସାଙ୍ଗ ତାର ଅତି ପ୍ରିୟ ସାଙ୍ଗକୁ ମଦ ପିଇବା ପାଇଁ ଚାଖଣା ପ୍ରସ୍ତୁତ କରି ପାରି ନଥିବାରୁ ହତ୍ୟା କରି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ତାମିଲନାଡୁର ଚେଙ୍ଗଲପୁରା ଜିଲ୍ଲାରେ ଗୁଡ଼ୁବନଚେରୀ ସହରରେ ୩୮ବର୍ଷର ଜଣେ ବ୍ୟକ୍ତି ନିଜ ୪୮ବର୍ଷୀୟ ସାଙ୍ଗକୁ ଛୁରୀମାରି ହତ୍ୟା କରିଦେଇଛି। କାରଣ ତାର ଏହି ସାଙ୍ଗ ତାକୁ ମଦ ପିଇବା ପାଇଁ ଡାକିଥିଲା ସିନା କିନ୍ତୁ କୌଣସି ଚାଖଣାର ବ୍ୟବସ୍ଥା କରି ନଥିଲା। ତେବେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। କିନ୍ତୁ ହତ୍ୟାକାରୀ ବାସୁକୁ ଧରିବା ପାଇଁ ପୁଲିସ ସଫଳ ହୋଇ ନାହିଁ।
ଏହି ଦୁଇଜଣ ରିଏଲ ଇଷ୍ଟେଟ ବିଜନେସ୍ ବ୍ରୋକର ଭାବେ କାମ କରୁଥିଲେ। ଏଥିସହିତ କ୍ୟାବ୍ ଚାଳନା ଓ ଫୁଲ ବିକ୍ରି ବି ଦୁହେଁ ମିଳିତ ଭାବେ କରୁଥିଲେ। ଲକ୍ଡାଉନ୍ ସମୟରେ ତାମିଲନାଡୁରେ ମଦ ଦୋକାନ ଖୋଲିବା ପରେ ଦୁହେଁ ମଦ ପିଇବାର ଯୋଜନା କରିଥିଲେ। ଦୁହିଁଙ୍କ ଯୋଜନା ମୁତାବକ ବିନାୟଗାମଙ୍କୁ ମଦ କିଣିବାର ଥିବା ବେଳେ ବାସୁକୁ ଚାଖଣା ପାଇଁ ବତକ ମାଂସ ଯୋଗାଡ଼ କରିବାର ଥିଲା।
ବାସୁ ସାଙ୍ଗ ବିନାୟଗାମ ସହିତ ମଦ ପିଇବ ବୋଲି ତାକୁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲା। କିନ୍ତୁ ମଦ ପିଇବା ସମୟରେ ସେ ଚାଖଣାର କୌଣସି ବନ୍ଦୋବସ୍ତ କରି ପାରି ନଥିଲା ବୋଲି କହିଥିଲା। ଏହା ଶୁଣିବା ପରେ ବିନୟଗାମ ବହୁତ ଉତକ୍ଷିପ୍ତ ହୋଇ ଯାଇଥିଲା। ସେ ବିନୟଗାମକୁ ପାଖରେ ଥିବା ଛୁରୀରେ ଭୁସି ଘଟଣାସ୍ଥଳରେ ହତ୍ୟା କରିଥିଲା।