ବିମାନ ଭିତରେ ଅଶାଳୀନ ଢ଼ଙ୍ଗରେ ମହିଳା ଯାତ୍ରୀଙ୍କୁ ଛୁଇଁ ୬୫ ବର୍ଷୀୟ ବୃଦ୍ଧ ବ୍ୟବସାୟୀ ଗିରଫ

ମୁମ୍ବାଇ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିସ୍ତାରା ଏୟାରଲାଇନ୍‌ସରେ ଦୁଇ ଜଣ ଯାତ୍ରୀ ପାଖାପାଖି ବସି ଯାତ୍ରା କରୁଥିଲେ। ସେମାନଙ୍କ ଭିତରୁ ଜଣେ ଥିଲେ ୪୧ ବର୍ଷ ବୟସ୍କା ମହିଳା ଓ ଆରଜଣକ ୬୫ ବର୍ଷୀୟ ବୃଦ୍ଧ । ୪୧ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ୬୫ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି।


ସହାର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମହିଳା ଯାତ୍ରୀ ଜଣକ ଅଭିଯୋଗ କରିଥିଲେ ବ୍ୟବସାୟୀ ଅନିଲ କୁମାର ମୂଲଚନ୍ଦାନୀ ତାଙ୍କୁ ବିମାନ ଭିତରେ ଅଶାଳୀନ ଭାବେ ଛୁଇଁଛନ୍ତି। ଏହି କଥା ମହିଳା ଯାତ୍ରୀଜଣକ ବିମାନର କର୍ମଚାରୀମାନଙ୍କୁ ଜଣାଇଥିଲେ। ସେମାନେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଅନିଲ କୁମାର ମୂଲଚନ୍ଦାନୀଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୪ ଅନୁଯାୟୀ ଗିରଫ କରାଯାଇଛି। ମହିଳା ଜଣକ ଅନିଲଙ୍କୁ ଏଭଳି ନ କରିବା ଲାଗି ଦୁଇ ଥର ବାରଣ କରିଥିଲେ ବି ସେ ଶୁଣି ନଥିଲେ। ଏହାପରେ ମହିଳାଯାତ୍ରୀଜଣକ ବିମାନ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର