ଦୁର୍ଗାପୂଜା ମଣ୍ଡପରେ ଗୁଳିବିନିମୟ ସହିତ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଦାଗୀ ଅପରାଧୀର ମୃତ୍ୟୁ ଦୃଶ୍ୟ କ୍ୟାମେରାରେ ହେଲା କୈଦ୍‌

ଆଲହାବାଦ: ଉତ୍ତର ପ୍ରଦେଶର ଆଲହାବାଦର ଦୁର୍ଗା ପୂଜା ମଣ୍ଡପରେ ଚାରିଜଣ ଦୁବୃର୍ତ୍ତ ପହଞ୍ଚି ସେଠାରେ ବସିଥିବା ଜଣେ ଯୁବକ ଉପରକୁ ପ୍ରଥମେ ଉପରେ ଗୁଳି ଚଳାଇବା ଆରମ୍ଭ କରିବା ସହିତ ବୋମା ବି ଫିଙ୍ଗିଥିଲେ। ଉକ୍ତ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣ୍ଡପ ଗେଟ ନିକଟରେ ହୋଇଥିବା ଗୁଳିବନିମୟ ଓ ବୋମା ଫିଙ୍ଗାଫିଙ୍ଗି ଘଟଣା ପରେ ଲୋକମାନେ ଦୌଡ଼ା ଦୌଡ଼ି ଆରମ୍ଭ କରି ଦେଇଥିଲେ। ଏହାର ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ୍‌ ହୋଇ ରହି ଯାଇଥିଲା।

ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ଆଲହାବାଦା କ୍ୟାଣ୍ଟ ଥାନା ଅଞ୍ଚଳରେ ଘଟିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତି ନିରଜ ବାଲ୍‌ମିକି ଯିଏକି ଜଣେ ଦାଗୀ ଅପରାଧି ଥିଲା। ତା’ ବିରୋଧରେ ୧୨ରୁ ଊର୍ଧ୍ୱ ମାମଲା ରୁଜୁ ହୋଇଥିଲା। ସେ ପାଖାପାଖି ଦେଢ଼ ମାସ ପୂର୍ବରୁ ଜେଲରୁ ମୁକୁଳି ଆସି ନିଜ ଶ୍ୱଶୁର ଘରକୁ ଯାଇଥିଲା।

ମୃତକ ନିରଜଙ୍କ ଶାଳକ ବିଶାଳଙ୍କ କହିବାନୁସାରେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ରେଡିୟୋ ଷ୍ଟେସନ୍‌ ନିକଟରେ ଦୁର୍ଗାପୂଜାର ଆୟୋଜନ କରାଯାଇଥିଲା। ରାତି ଆଠ ଘଟିକା ପାଖାପାଖି ହେବ ନିରଜ ଦୁର୍ଗା ପୂଜା ମଣ୍ଡପ ବାହାରେ ଥିବା ଫୁଡ୍‌ ଷ୍ଟଲ ନିକଟରେ ଏକ ଚୌକିରେ ବସିଥିଲା। ସେହି ସମୟରେ ନାଲି ରଙ୍ଗର ଟୋପି ପିନ୍ଧିଥିବା ଜଣେ ଯୁବକ ଆସି ତା’ ଉପରକୁ ହଠାତ୍‌ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲା। ଏହି ବ୍ୟକ୍ତି ସହିତ ଆସିଥିବା ଅନ୍ୟ ଦୁଇଜଣ ଦୁର୍ବୃତ୍ତ ବି ଗୁଳିବିନିମୟ ସହିତ ବୋମା ଫିଙ୍ଗିବା ଆରମ୍ଭ କରି ଦେଇଥିଲେ। ଫଳରେ ଦାଗୀ ନୀରଜ ବାଲ୍‌ମିକ ଗୁରୁତର ଆହତ ହୋଇଥିଲେ। ସମ୍ପର୍କୀୟମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର