ପଶ୍ଚିମବଙ୍ଗ: ପୁରୁଲିଆର ଏକ ବିଜୁଳି ଖୁଣ୍ଟିରେ ପୁଣି ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ଶବ

କୋଲକାତା: ଶନିବାର ଦିନ ପୁରୁଲିଆର ବଳରାମପୁର ଅନ୍ତର୍ଗତ ଦଭା ଗାଁରେ ଗୋଟାଏ ବିଜୁଳି ଖୁଣ୍ଟିରେ ଜଣେ ବିଜେପି କର୍ମୀଙ୍କ ଶବ ଝୁଲୁଥିବାରୁ ଦେଖା ଯାଇଛି। ଘଟଣା ଜଣାପଡ଼ିବା ପରେ, ବିଜେପି ଅଭିଯୋଗ କରିଛି ଯେ ଶୁକ୍ରବାର ଠାରୁ ନିରୁଦ୍ଦେଶ ହୋଇ ଯାଇଥିବା ୩୨ ବର୍ଷିୟ ଦୁଲାଲ କୁମାରଙ୍କ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସର ଭୂମିକା ରହିଛି।

ବିଜେପି ନେସ୍‌ନାଲ୍‌ ଜେନେରାଲ୍‌ ସେକ୍ରେଟାରି କୈଳାସ ବିଜୟବାର୍ଗିୟା ଟୁଇଟ୍‌ କରି କହିଛନ୍ତି: ଗତ ବୁଧବାର ଦିନ ବିଜେପି କର୍ମୀ ତ୍ରିଲୋଚନ ମାହାତୋଙ୍କ ହତ୍ୟା ସହ ଦୁଲାଲଙ୍କ ହତ୍ୟା ମେଳ ଖାଇ ଯାଉଛି।

୨୦ ବର୍ଷିୟ ତ୍ରିଲୋଚନଙ୍କ ଶବ ପୁରୁଲିୟାର ବଳରାମପୁରସ୍ଥିତ ଏକ ଗଛରୁ ଓହଳିଥିବା ଅବସ୍ଥାରେ ମିଳିଥିଲା। ତାଙ୍କ ଟି-ସାର୍ଟ ପଛରେ ଲେଖାଯାଇଥିବା ବାର୍ତ୍ତାରେ ତାଙ୍କୁ ବିଜେପିକୁ ସମର୍ଥନ କରୁଥିବା ଦୋଷାରୋପ କରାଯାଇଥିଲା।

ଗତ ଗ୍ରାମପଞ୍ଚାୟତ ନିର୍ବାଚନରେ ପୁରୁଲିଆରେ ତୃଣମୂଳ କଂଗ୍ରେସ ୮୩୯ ଓ ବିଜେପି ୬୪୫ ଆସନରେ ବିଜୟୀ ହୋଇଥିଲେ। ୩୮ଟି ଜିଲ୍ଲା ପରିଷଦ୍‌ ଆସନରୁ ତୃଣମୂଳ ୨୬ ଆସନ ଏବଂ ବିଜେପି ୯ଟି ଆସନ ପାଇଥିଲା।

ସମ୍ବନ୍ଧିତ ଖବର