ଯୁବକଙ୍କୁ ରଡ୍‌ରେ ଆକ୍ରମଣ ମାମଲା, ଜଣେ ଗିରଫ

ଭୁବନେଶ୍ବର: ଜେନେରେଟର୍‌ ଚଲାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ସାଲିଆସାହି ନୀଳଚକ୍ରନଗର ବସ୍ତିର ସନ୍ତୋଷ ସାହୁ(୩୬)। ପୁଲିସ ସୂଚନା ମୁତାବକ, ଫନି ସମୟରେ ସନ୍ତୋଷ ସାହୁ, ଟୁକୁନା ସାହୁ, ବାବୁଲା ସାହୁ ଓ ସନ୍ତୋଷ ବେହେରା ଜଣେ ବିଲ୍ଡରଙ୍କ ଠାରୁ ଜେନେରେଟ୍‌ର ଭଡ଼ାରେ ଆଣିଥିଲେ। ଗତ ମେ ୯ ତାରିଖ ସନ୍ଧ୍ୟାରେ ବସ୍ତିରେ ଜେନେରେଟର୍‌ ଚଲାଇବାକୁ ନେଇ ସନ୍ତୋଷ ବେହେରାଙ୍କ ସହ ବାବୁଲା, ଟୁକୁନା ଓ ସନ୍ତୋଷଙ୍କର କଥା କଟାକଟି ହୋଇଥିଲା। ସେହିଦିନ ବିଳମ୍ବିତ ରାତିରେ ତିନିଜଣ ମିଶି ସନ୍ତୋଷ ବେହେରାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ସନ୍ତୋଷଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ସନ୍ତୋଷଙ୍କ ପତ୍ନୀ ସ୍ବର୍ଣ୍ଣଲତା ବେହେରା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର