ରାଞ୍ଚି: ଝାଡଖଣ୍ଡର ହଜାରିବାଗ ଅଞ୍ଚଳରେ ଯୁବତୀମାନଙ୍କ ଅଶ୍ଳୀଳ ଭିଡିଓ ବନାଉଥିବା ବେଳେ ଦୁଇଜଣ ଯୁବକ ଧରାପଡ଼ିଛନ୍ତି। ହଜାରିବାଗର ମଟବାରିସ୍ଥିତ ଏକ ମହିଳା ହଷ୍ଟେଲର ବାଥ୍ରୁମରେ କ୍ୟାମେରା ଲଗାଇ ଯୁବତୀମାନଙ୍କ ଅଶ୍ଳୀଳ ଭିଡିଓ ବନାଉଥିବାର ଏକ ମାମଲା ସାମ୍ନାକୁ ଆସିଛି। ଯୁବତୀମାନେ ଯେତେବେଳେ ଏହି ଘଟଣା ସମ୍ପର୍କରେ ଜାଣିଲେ ସେମାନେ ତୁରନ୍ତ ଏହାର ସୂଚନା ପରିବାରବର୍ଗଙ୍କୁ ଜଣାଇଥିଲେ। ଏହାପରେ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଅଭିଯୁକ୍ତ ଯୁବକ ଯେଉଁ ଘରେ ରହୁଥିଲା ତାର ଠିକ୍ ସାମ୍ନାରେ ମହିଳା ହଷ୍ଟେଲର ବାଥ୍ରୁମ ଥିଲା। ଏହି ବାଥ୍ରୁମରେ ଦୁହେଁ ଭିଡିଓ କ୍ୟାମେରା ଫିଟ କରି ଅଶ୍ଳୀଳ ଭିଡିଓ ବନାଉଥିଲେ। ଯେତେବେଳେ ଯୁବତୀମାନଙ୍କୁ ଏହି ଘଟଣାର ସନ୍ଦେହ ହେଲା ସେମାନେ ଘରଲୋକଙ୍କୁ ଏହାର ସୂଚନା ଦେଇଥିଲେ। ଘରଲୋକ ଏହାପରେ ପୁଲିସକୁ ଖବର ଦେଇଥିଲେ। ଏହାପରେ କୋର୍ରା ପୁଲିସ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଛି। ଏହିଭିଡିଓ ବନାଉଥିବା ମାମଲାରେ ସାମିଲ ଥିବା ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି। ପୁଲିସ ଫେରାର ଯୁବକଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି। ପୁଲିସ ଅଭିଯୁକ୍ତ ଅରବିନ୍ଦ ପ୍ରସାଦ ଓ ସୁବୋଧ ପ୍ରସାଦ ବିରୋଧରେ ମାମଲା ରୁଜୁ କରିଛି। ଗିରଫ ଛାତ୍ର ଦୁହେଁ ହଜାରିବାଗରେ ରହି ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।