ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ହେଲା ଦୁଷ୍କର୍ମ କରୁଥିଲେ ନାବାଳକ, ପୀଡ଼ିତା ଅଦାଲତ ପହଞ୍ଚିବାରୁ ମୁହଁକୁ ଫୋପାଡ଼ିଲେ କେମିକାଲ୍‌

ଚଣ୍ଡିଗଡ଼ : ଦିନକୁ ଦିନ ଦେଶରେ ଅପରାଧ ସଂଖ୍ୟା ବଢ଼ିଚାଲିଛି। ସରକାରଙ୍କ ଉଦ୍ୟମ ପରେ ଅପରାଧ ଥମିବାର ନାଁ ଧରୁନାହିଁ। ପଞ୍ଜାବର ଚଣ୍ଡିଗଡ଼ ସେକ୍ଟର-୨୫ରେ ଥିବା ଜୁଭେନାଇଲ୍‌ କୋର୍ଟକୁ ଯାଉଥିବା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଦୁଇ ଜଣ ଯୁବକ ବାଇକ୍‌ ଯୋଗେ ଆସି ଏକ କେମିକାଲ୍‌ ଫିଙ୍ଗିଥିବା ଜଣାପଡ଼ିଛି । ତେବେ ଡ଼ାକ୍ତରୀ ମାଇନା ପରେ କେମିକାଲ୍‌ଟି ଏସିଡ଼ ନଥିବା ଜଣାପଡ଼ିଥିବା ବେଳେ ପୀଡ଼ିତାଙ୍କୁ ସେକ୍ଟର-୧୬ସ୍ଥିତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ , ୨୦୧୬ ମସିହାରେ ଜଣେ ନାବାଳକ ଫେସ୍‌ବୁକ୍‌ରେ ଫେକ୍‌ ଆଇଡ଼ି ପ୍ରସ୍ତୁତ କରି ପୀଡ଼ିତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ପରେ ସେ ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେବା ସହ ତାଙ୍କୁ ପରିବାର ସହ ଦେଖା କରିବା ପାଇଁ ଶ୍ରୀନଗର ଡ଼ାକିଥିଲେ । ସେଠାରେ ସେ ପୀଡ଼ିତାଙ୍କ ସହ ନିଜ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କରିବା ସହ ତାହାର ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଯଦି ପୀଡ଼ିତା ଏ ବିଷୟରେ କାହାକୁ କହନ୍ତି ତେବେ ସେହି ଭିଡ଼ିଓକୁ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ । ଏହି ରୁପେ ସେ ଗତ ଦୁଇ ବର୍ଷ ହେବ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ ।

lokmatnews.in

କିଛି ଦିନ ପୂର୍ବେ ପୀଡ଼ିତା ଜଣକ ନାବାଳକଙ୍କ କବଳରୁ ଖସି ଆସିବା ସହ ପୁଲିସ୍‌ରେ ଅଭିଯୋଗ କରିଥିଲେ । ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କ ବୟସ ୧୭ ବର୍ଷ ବୋଲି ଜାଣିବାକୁ ପାଇଥିଲେ । ଯାହା ପରେ ନାବାଳକକୁ ଗିରଫ କରିବା ସହ ତାଙ୍କୁ ଜୁଭେନାଇଲ୍‌ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ପୀଡ଼ିତା ଜଣକ ପୁଲିସ ତଦନ୍ତ ପାଇଁ କୋର୍ଟ ଯାଉଥିବା ରାସ୍ତାରେ ତାଙ୍କ ଉପରେ କେମିକାଲ୍‌ ଫୋପାଡ଼ା ଯାଇଥିଲା ।ଏବେ ପୀଡ଼ିତାଙ୍କର ଚିକିତ୍ସା ଚାଲିଥିବା ବେଳେ ନାବାଳକଙ୍କ ବିରୁଦ୍ଧରେ ଏସିଡ଼୍‍ ଆକ୍ରମଣର ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର