ହାଇଦ୍ରାବାଦ: ହାଇଦ୍ରାବାଦର ମେଟ୍ରୋ ଷ୍ଟେସନ୍ରେ ଦିବ୍ୟାଙ୍ଗ ଓ ବୃଦ୍ଧ-ବୃଦ୍ଧାଙ୍କ ପାଇଁ ଲଗାଯାଇଥିବା ଲିଫ୍ଟ ପ୍ରେମୀଯୁଗଳଙ୍କ ଆଡାସ୍ଥଳି ପାଲଟିଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମେଟ୍ରୋ ଷ୍ଟେସନ୍ର ଲିଫ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ପ୍ରେମୀଯୁଗଳଙ୍କ ଚୁମ୍ବନ ଦୃଶ୍ୟ କୈଦ୍ ହୋଇଛି। ସିସିଟିଭି କ୍ୟାମେରାରେ କୈଦ୍ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି କି, କେତେକ ପ୍ରେମୀଯୁଗଳ ଲିଫ୍ଟ ଭିତରକୁ ଆସୁଛନ୍ତି। ଲିଫ୍ଟ ଦ୍ୱାରା ବନ୍ଦ ହେବା କ୍ଷଣି ଦୁହେଁ ପରସ୍ପରକୁ ଚୁମ୍ବନ ଦେବାରେ ବ୍ୟସ୍ତ ରହୁଛନ୍ତି। ଏହି ସମୟରେ ପ୍ରେମୀଯୁଗଳ ଲିଫ୍ଟକୁ ବ୍ୟସ୍ତ ରଖି ଦେଉଛନ୍ତି। ଫଳରେ ଲିଫ୍ଟର ଦ୍ୱାର ଖୋଲି ନଥାଏ। ଭିତରେ ପ୍ରେମୀ ଯୁଗଳଙ୍କ ଏହି କିସିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଭାଇରାଲ ହେବା ପରେ ହାଇଦ୍ରାବାଦ ମେଟ୍ରୋ ରେଳ ଲିମିଟେଡ ଚିନ୍ତାରେ ପଡ଼ି ଯାଇଛି। ପ୍ରେମୀଯୁଗଳଙ୍କ ମେଟ୍ରୋ ଲିଫ୍ଟରେ ଏଭଳି କାମ ତାଙ୍କୁ ଯେତିକି ଚିନ୍ତାରେ ପକାଇନି , ସବୁଠାରୁ ବଡ଼ କଥା ହେଲା ଏହି ଭିଡିଓ ସୋସିଆଲ ମଡିଆକୁ ଆସିଲା କେମିତି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାଇଦ୍ରାବାଦ ମେଟ୍ରୋ ପ୍ରଶାସନ ପକ୍ଷରୁ ଏହି ମାମଲାର ଯାଞ୍ଚ ଆଦେଶ ଦିଆଯାଇଛି।