ନିଜକୁ କ୍ରାଇମବ୍ରାଞ୍ଚ ଅଫିସର କହି ମହିଳାଙ୍କୁ ଫସାଇବା ସହ ଦୁଷ୍କର୍ମ କଲା ଯୁବକ,ଗୋଟେ ଫଟୋରୁ ଫିଟିଲା ଗୁମର

ଦାତିଆ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ଦାତିଆରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକ ନିଜକୁ କ୍ରାଇମ୍‌ବ୍ରାଞ୍ଚର ନିର୍ଦ୍ଦେଶକ ବୋଲି କହି ଖଣ୍ଡଓ୍ଵାରେ ରହୁଥିବା ଜଣେ ଯୁବତୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ଫସାଇବା ସହ ତାଙ୍କୁ ପ୍ରେମ ଜାଲରେ ପକାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସୂଚନା ମିଳିବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରଛି ପୁଲିସ । ସୂଚନା ମୁତାବକ, ମହାରାଷ୍ଟ୍ରରେ ରହୁଥିବା ଯୋଗେନ୍ଦ୍ର ସାଙ୍ଗଲେ ନାମକ ଜଣେ ଯୁବକ ଫେସ୍‌ବୁକ୍‌ରେ ଯୋଗେନ୍ଦ୍ର ୟୁ ସାଙ୍ଗଲେ ନାମରେ ପ୍ରୋଫାଇଲ ବନାଇଥିଲେ । ଏହି ପ୍ରୋଫାଇଲରେ ସେ ମହାରାଷ୍ଟ୍ରର ସବୁ ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ସେଲ୍‌ଫି ନେଇ ଅପ୍‌ଲୋଡ଼ କରିଥିଲେ । ଏପ୍ରିଲ ୨୪ରେ ଖଣ୍ଡଓ୍ଵାର ଜଣେ ବିବାହିତ ଯୁବତୀଙ୍କ ସହ ତାଙ୍କର କଥାବାର୍ତ୍ତା ଆରମ୍ଭ ହୋଇ ଯାଇଥିବା ବେଳେ ଯୋଗେନ୍ଦ୍ର ନିଜକୁ କ୍ରାଇମ୍‌ବ୍ରାଞ୍ଚର ନିର୍ଦ୍ଦେଶକ ବୋଲି କହି ପରିଚୟ ଦେଇଥିଲେ । କିଛି ଦିନ କଥା ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇ ଯାଇଥିଲା । ସଂପର୍କର କିଛି ଦିନ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଦାତିଆ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ ।

Gulf News

ଅଭିଯୁକ୍ତଙ୍କ ପ୍ରସ୍ତାବରେ ପୀଡ଼ିତା ରାଜି ହେବା ସହ ମେ ୧୦ରେ ଦୁଇ ଜଣ ଦାତିଆରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମୁଁ ମହାରାଷ୍ଟ୍ର ଏଡ଼ିଜିଙ୍କ ଭଣଜା ବୋଲି କୋତ୍‌ଓ୍ଵାଲି ପୁଲିସଙ୍କୁ ନିଜର ପରିଚୟ ଦେଇଥିଲା ଅଭିଯୁକ୍ତ । ପରିଚୟ ଜାଣିବା ପରେ କୋତ୍‌ଓ୍ଵାଲି ପୁଲିସ ଯୋଗେନ୍ଦ୍ର ଏବଂ ପୀଡ଼ିତାଙ୍କ ରହିବା ପାଇଁ ଏକ ହୋଟେଲ ବୁକ୍‌ କରିଥିଲେ । ଯେଉଁଠି ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲେ । ଅନ୍ୟ ପକ୍ଷରେ ଯୋଗେନ୍ଦ୍ରଙ୍କ ଚାଲି ଚଳଣ ଦେଖି ପୁଲିସ ସନ୍ଦେହ କରିବା ସହ ଯୋଗେନ୍ଦ୍ରଙ୍କ ପ୍ରୋଫାଇଲ ଚେକ୍‌ କରିଥିଲା ପୁଲିସ । ସେଥିରେ ଥିବା ଫଟୋକୁ ଦେଖି ପୁଲିସ ମନରେ ସନ୍ଦେହ ହେବା ପରେ ହୋଟେଲ ଯାଇ ଯୋଗେନ୍ଦ୍ରଙ୍କୁ ପଚରାଉଚରା କରିବା ପରେ ପୂରା ସତ ସାମ୍ନାକୁ ଆସିଥିଲା । ସବୁ ସତ ବାହାରକୁ ଆସିବା ପରେ ମିିଛ ପରିଚୟ ଦେଇ ଯୁବତୀଙ୍କୁ ଫସାଇବା ଏବଂ ତାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର