ନୂଆଦିଲ୍ଲୀ: ସମଲିଙ୍ଗୀକତାକୁ ‘ଅନୁବଂଶିକ ମାନସିକ ବିକାର’ର ନାମ ଦେଇ ଗେ ଏବଂ ଲେସ୍ବିଆନ୍ମାନଙ୍କୁ ବିଦ୍ୟୁତ୍ ସକ୍ ଦେଉଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି। ଯଦିଓ ଡକ୍ଟର ପି କେ ଗୁପ୍ତାଙ୍କୁ ଦିଲ୍ଲୀ ମେଡିକାଲ୍ କାଉନ୍ସିଲ୍(ଡିଏମ୍ସି)ରୁ ନିଲମ୍ବିତ କରାଯାଇଛି, ତଥାପି ବି ସେ ଏପରି ଅଦ୍ଭୂତ ଅଭ୍ୟାସ ଜାରି ରଖିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡିଏମ୍ସି ପକ୍ଷରୁ ଡାକ୍ତର ଗୁପ୍ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଦିଲ୍ଲୀ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଅଭିଯୋଗ ହୋଇଛି ଯେ ସେ ଅନାବଶ୍ୟକୀୟ ହର୍ମୋନାଲ୍ ଏବଂ ସକ୍ ଚିକିତ୍ସା କରୁଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଡିଏମ୍ସି ତାଙ୍କୁ ୨୦୧୬ ମସିହାରୁ ନିଲମ୍ବିତ କରିଥିଲେ ବି ସେ ଏବେ ମଧ୍ୟ ନିଜକୁ ଡାକ୍ତର ବୋଲି କହି ଚିକିତ୍ସା ଜାରି ରଖିଛନ୍ତି।
ଏ ସଂପର୍କରେ ମେଟ୍ରୋପଲିଟାଣ୍ଟ୍ ମାଜିଷ୍ଟ୍ରେଟ୍ ଅଭିଳାଷ ମହହୋତ୍ରା କହିଛନ୍ତି କି, ‘ ଡାକ୍ତର ଗୁପ୍ତା କରୁଥିବା ଏହି ‘ରୁପାନ୍ତରଣ ଚିକିତ୍ସା’ ଡାକ୍ତରୀ ବିଜ୍ଞାନ କିମ୍ବା ଆଇନ୍ କେହି ହେଲେ ଏହାକୁ ସମର୍ଥନ କରୁନାହାନ୍ତି।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହି ‘ରୁପାନ୍ତରଣ ଚିକିତ୍ସା’ ଦ୍ୱାରା ଆଧ୍ୟାତ୍ମିକ ଓ ମନୋବିଜ୍ଞାନର ହସ୍ତକ୍ଷେପକୁ ଉପଯୋଗ କରି କୌଣସି ବି ବ୍ୟକ୍ତିଙ୍କ ଯୌନ ଅଭିବିନ୍ୟାସକୁ ବଦଳାଇବାର ପ୍ରୟାସ କରାଯାଇପାରେ, ଯାହାକି ଡାକ୍ତରୀ ବିଜ୍ଞାନ ଅର୍ନ୍ତଭୂକ୍ତ ନୁହେଁ।