ବିବାହର ୯ ଦିନ ମଧ୍ୟରେ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଭିଯୋଗ ହୋଇଛି ଯେ ସଂପୃକ୍ତ ଅଞ୍ଚଳରେ ଜଣେ ପତି ବିବାହର ମାତ୍ର ୯ ଦିନ ମଧ୍ୟରେ ନିଜ ପତ୍ନୀଙ୍କୁ ହତ୍ୟା କରିଛି। ୧୯ ବର୍ଷୀୟା ପୀଡ଼ିତା ଜଣକ ହେଉଛନ୍ତି ସବା ପଟେଲ୍‌। ଅଭିଯୋଗ ଅନୁସାରେ ସବାଙ୍କୁ ତାଙ୍କ ପତି ବିବାହର କିଛି ଦିନ ମଧ୍ୟରେ ଯୌତୁକ ମାଗିଥିଲେ। ସେ ଯୌତୁକ ଦେବାକୁ ସମର୍ଥନ ନ ହେବାରୁ ନୃଶଂସ ସ୍ୱାମୀ ପିଟି ପିଟି ତାଙ୍କର ହତ୍ୟା କରିଥିବା ସୂଚନା ରହିଛି। ଏହି ହତ୍ୟା ଘଟିବା ପରେ ଅଭିଯୁକ୍ତ ପତି ସଲମାନ ପଟେଲ ଓ ଅନ୍ୟ ୨ ଜଣଙ୍କ ମଧ୍ୟରେ ମାମଲା ରୁଜୁ କରାଯାଇଛି।

ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ କେବଳ ସଲମାନ ନୁହଁ, ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବି ସବାଙ୍କୁ ଯୌତୁକ ଦାବି କରି ଖରାବ ବ୍ୟବହାର ଦେଖାଉଥିଲେ। ନବ ବିବାହିତା କନ୍ୟା ସବା ସବୁ କିଛି ସହି ଯିବା ହେତୁ ଶେଷରେ ସଲମାନ ତାଙ୍କ ଶଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କୁ କହିଥିଲା। ସାବା ଏପରି ନକରିବାରୁ ରାଗରେ ଆସି ସଲମାନ ମାରପିଟ କରିଥିବା ଜାଣିବାକୁ ମିଳିଛି।

ଗତ ଫେବ୍ରୁଆରି ୪ ତାରିଖରେ ସଲମାନ ସବାଙ୍କୁ ପିଟିବା ପରେ ଦେସ ଗୁରୁତର ଆହତ ହୋଇ ପଡ଼ିଥିଲେ। ସବା ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସବାଙ୍କର ମୃତ୍ୟୁ ଘଟିଛି। ସବାଙ୍କ ମୃତ୍ୟୁ ପରେ ସବାଙ୍କ ବାପା ସଫି ଶୈଖ ସଲମାନ, ତାଙ୍କ ଭଉଣୀ ମୁମତାଜ ଓ ଭିଣୋଇ ଶାହାରୁଖଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର