ସଦ୍ୟ ବିବାହିତା ପ୍ରେମିକା ସାଙ୍ଗରେ ଯିବାକୁ ରାଜି ନ ହେବାରୁ ନିଜକୁ ଗୁଳି କଲେ ଯୁବକ

ପୋଟଣା: ମାତ୍ର ୧୦ ଦିନ ତଳେ ଅନ୍ୟତ୍ର ବିବାହ କରିଥିବା ପ୍ରେମିକାକୁ ସାଙ୍ଗରେ ନେଇ ଫେରାର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ ଯୁବକ। ମାତ୍ର ପ୍ରେମିକ ସହିତ ଏଭଳି ଲୁଚି ଫେରାର ହୋଇଯିବାକୁ ଚାହିଁଲେ ନାହିଁ ତାଙ୍କ ବିବାହିତା ପ୍ରେମିକା। ପ୍ରେମିକାଙ୍କ ଏପରି ଆଚରଣରେ ମାନସିକ ଭାରସାମ୍ୟ ହରାଇ ପ୍ରେମିକ ଜଣକ ପ୍ରେମିକାଙ୍କ ସମ୍ମୁଖରେ ନିଜ ମୁଣ୍ଡରେ ପିସ୍ତଳ ଲଗାଇ ଗୁଳି ଫୁଟାଇ ଦେଲେ। ଆଉ ଚଳନ୍ତା ଗାଡ଼ି ଭିତରେ ଟଳି ପଡ଼ିଲେ। ଗାଡ଼ିଟି ଅଳ୍ପ ଦୂର ଯାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା। ଆଉ ଗାଡ଼ି ଭତରେ ଥିବା ଯୁବକଙ୍କ ପ୍ରେମିକା ଜଣକ ଆହତ ହୋଇ ବଞ୍ଚି ଯାଇଛନ୍ତି। ଏହପରି ଏକ ଘଟଣାା ଏବେ ପଶ୍ଚିମ ପାଟଣାର ନୌବତପୁର ଥାନା ଅନ୍ତର୍ଗତ ଚିରାଉରା ଗାଁନିକଟରେ ୯୮ ନମ୍ବର ଜାତୀୟ ରାଜପଥରେ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବିହାର ଫୁଲଓ୍ଵାରିସରିଫ ଥାନା ଅନ୍ତର୍ଗତ କୁରକୁରି ଗାଁର ସୁଜିତ କୁମାର (୨୪ ବର୍ଷ)ନାମକ ଜଣେ ଯୁବକ ନିକଟରେ ଡିଗ୍ରିି ପରୀକ୍ଷା ଦେଇଛନ୍ତି।ତେବେ ତାଙ୍କର ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ମାତ୍ର ଯୁବତୀ ଜଣକ ଗତ ଏପ୍ରିଲ ୨୭ ତାରିଖ ଦିନ ଅନ୍ୟତ୍ର ବିବାହ କରିଛନ୍ତି। ଏହି ବିବାହକୁ ସହଜରେ ଗ୍ରହଣ କରି ପାରୁ ନଥିଲେ ସୁଜିତ।
ଘଟଣାର ତଦନ୍ତକାରୀ ଅଧିକାରୀ ରମାକାନ୍ତ ତିଓ୍ଵାରୀଙ୍କ ଠାରୁ ପ୍ରକାଶ ଯେ, ବିବାହାର ୮/୯ ଦିନ ପରେ ସୁଜିତ ତାଙ୍କ ପ୍ରେମିକାଙ୍କୁ ଯୋଗାଯୋଗ କରି ଭେଟିବାକୁ ଚାହିଁଥିଲେ। ଗାନ୍ଧୀମୈଦାନରେ ନିଜ ଶାଶୁଘରେ ରହୁଥିବା ଯୁବତୀ ଜଣକ ଏକ ସ୍କୁଟି ନେଇ ଫୁଲଓ୍ଵାରିସରିଫରେ ଆସି ପହଞ୍ଚଇଥିଲେ ଓ ଉଭୟଙ୍କର ଜଣାଶୁଣା ଜଣେ ସାଙ୍ଗଙ୍କ ଘରେ ସ୍କୁଟିକୁ ପାର୍କିଂ କରି ସୁଜିତଙ୍କ ସହିତ କଥା ହୋଇଥିଲେ। ସୁଜିତ ତାଙ୍କୁ ନିଜ କାରରେ କିଛଇ ଦୂର ଡ୍ରାଇଭରେ ଯିବା ପାଇଁ କହି ଗାଡ଼ିରେ ବସାଇଥିଲେ। ଯୁବତୀ ଜଣକ ପୁଲିସକୁ ଯେଉଁ ସୂଚନା ଦେଇଛନ୍ତି ସେହି ଅନୁଯାୟୀ, ସୁଜିତଗାଡ଼ି ଚଳାଉଥିବା ବେଳେ ଶାଶୁଘର ଛାଡ଼ି ତାଙ୍କ ସହିତ ସହର ଛାଡ଼ି ପଳାଇବାକୁ ତାଙ୍କୁ କହିଥିଲେ। ମାତ୍ର ଏଥିରେ ସେ( ଯୁବତୀ) ରାଜି ନ ହେବାରୁ ପାଖରେ ଥିବା ଏକ ଦେଶୀ ପିସ୍ତଲରେ ସୁଜିତ ଚଳନ୍ତା ଗାଡ଼ି ଭିତରେ ନିଜ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇ ଦେଇଥିଲେ। ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ସେଥିରୁ ଆହତ ଯୁବତୀ ବାହାରି ଅନ୍ୟ ଲୋକଙ୍କୁ ଡାକିଥିଲେ। ସମସ୍ତେ ମିଶି ସୁଜିତଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ସୁଜିତଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ ଏକ ମାମଳା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର