ନୂଆଦିଲ୍ଲୀ: ରାଜସ୍ଥାନର ଭରତପୁରରେ ଜଣେ ବନ ବିଭାଗ ଅଧିକାରୀଙ୍କୁ ଅପହରଣ କରି ମାଡ ମାରିବା ସହିତ ତାଙ୍କ ଅଶ୍ଳୀଳ ଭିଡିଓ ବନାଇବାର ଏକ ମାମଲା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଏଭଳି ଏକ ମାମଲା ଖାହ ଥାନା ଅଞ୍ଚଳର ଅଡବାଲି ଗ୍ରାମରେ ଘଟିଛି। ଏଠାରେ ଅନେକ ଦିନ ହେବ ବେଆଇନ ଜମି ଖନନ କାମ ଚାଲୁଥିଲା। ଏହାକୁ ନେଇ ବନ ଅଧିକାରୀ ସୋକିନ୍ ଖାନ୍ ବାଧା ଦେଇଥିଲେ। ଫଳରେ ଏହି ବେଆଇନ ଜମି ଖନନ କାମରେ ଲିପ୍ତ ଲୋକମାନେ ଉତକ୍ଷିପ୍ତ ହୋଇ ଯାଇ ଜୋରଜବରଦସ୍ତି ବନ ବିଭାଗ ଅଧିକାରୀଙ୍କୁ ଅପହରଣ କରି ନିସ୍ତୁକମାଡ ମାରିଥିଲେ। କେବଳ ଏତିକି ନୁହେଁ ଷଡଯନ୍ତ୍ର କରିବାକୁ ଯାଇ ତାଙ୍କୁ ମଦ ପିଆଇ ଜଣେ ମହିଳାଙ୍କୁ ବିବସ୍ତ୍ର କରି ଅଧିକାରୀଙ୍କ ସହିତ ତାଙ୍କ ଫଟୋ ଉତ୍ତୋଳନ କରିଥିଲେ। ଏହାପରେ ଅପହରଣକାରୀ ଏହାର ଏକ ଭିଡିଓ ବି ପ୍ରସ୍ତୁତ କରିଥିଲେ। ଯାହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ଅଭିଯୋଗ କ୍ରମେ ପୁଲିସ ଅପହରଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।