ଟ୍ରେନ୍‌ ସିଟ୍‌ ତଳୁ ମିଳିଲା ସୁଟକେସ୍‌, ଖୋଲି ଦେଖିଲା ବେଳକୁ ଥିଲା ମାଆ ଓ ୬ମାସ ଶିଶୁର ଅର୍ଦ୍ଧନଗ୍ନ ମୃତଦେହ

ମଥୁରା: ଦାଦର-ଅମୃତସର ଏକ୍ସପ୍ରେସ ଟ୍ରେନ୍‌ର ସିଟ୍‌ ତଳୁ ଏକ ସୁଟକେସ୍‌ ଭିତରୁ ଜଣେ ମହିଳା ଓ କଅଁଳ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏହି ବିଭତ୍ସ ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା। ସୁଟକେସକୁ ପଞ୍ଜାବର ସଙ୍ଗରୁର ଜିଲ୍ଲାର ଧୁରି ଜିଆରପି ପୁଲିସ ଜବତ କରି ନେଇଛି। ଏହି ଘଟଣାର ତଦନ୍ତ ପାଇଁ ସୋମବାର ଜିଆରପିର ୧୫ରୁ ୨୦ଜଣ ସଦସ୍ୟ ଥିବା ଟିମ୍‌ ମଥୁରା ପହଞ୍ଚିଛନ୍ତି।

ସନ୍ଦେହ କରାଯାଉଛି, ମାଆ ଓ ଶିଶୁକୁ କେହି ହତ୍ୟା କରିବା ପରେ ଶବକୁ ଜୋରଜବରଦସ୍ତି ସୁଟ୍‌କେସ୍‌ରେ ପୁରାଇ ମଥୁରାରୁ ହିଁ ଟ୍ରେନ୍‌ରେ ରଖି ଦେଇଛି। ଜିଆରପି ପୁଲିସ ମଥୁରା ଜଙ୍କସନ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ମିଳି ପାରି ନଥିଲା।

ସୂଚନାଯୋଗ୍ୟ, ପଞ୍ଜାବ ସଙ୍ଗରୁର ଜିଲ୍ଲାର ଧୁରି ଷ୍ଟେସନ୍‌ରେ ଏପ୍ରିଲ ୨୧ରେ ଜିଆରପିର ଦାଦର ଅମୃତସର ଟ୍ରେନ୍‌ର କୋଚ ଏସ୍‌-୪ର ସିଟ ନମ୍ବର ୪୧ର ତଳେ ଏକ ସୁଟ୍‌କେସ୍‌ ଥିଲା। ତେବେ ସେଠାରେ ବସିଥିବା କିଛି ଯାତ୍ରୀଙ୍କୁ ସିଟ୍‌ ତଳୁ ଦୁର୍ଗନ୍ଧ ହୋଇଥିଲା। ଏହାପରେ ସେମାନେ ଜିଆରପି ପୁଲିସକୁ ସୂଚନା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେସ୍‌କୁ ଖୋଲିଲା ବେଳକୁ ସେଥିରୁ ୨୫ବର୍ଷର ଜଣେ ମହିଳା ଓ ୬ରୁ ୮ମାସର ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର