ମଧ୍ୟପ୍ରଦେଶ: ଗଣଦୁଷ୍କର୍ମ ପରେ ୮ମ ଶ୍ରେଣୀ ଛାତ୍ରୀକୁ ଜିଅନ୍ତା ଜାଳିଦେଲେ

ସାଗର:ମଧ୍ୟପ୍ରଦେଶରେ ଝିଅମାନଙ୍କ ସହିତ ଦୁଷ୍କର୍ମ ମାମଲା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଗୁରୁବାର ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଜଣେ ୮ମ ଶ୍ରେଣୀର ଛାତ୍ରୀକୁ ଦୁଇଜଣ ଯୁବକ ଦୁଷ୍କର୍ମ କରିବା ସହିତ ଚୁପ୍‌ କରାଇବା ଲାଗି ତା’ ଉପରେ କିରୋସିନ୍‌ ପକାଇ ଜିଆନ୍ତା ଜାଳିଦେଇଛନ୍ତି। ହେଲେ ଏବେ କିଶୋରୀ ଜଣଙ୍କର ଅବସ୍ଥା ଗମ୍ଭୀର ରହିଥିଲାବେଳେ ପୁଲିସ୍‌ ଏହି ମାମଲାରେ ଦୁଇଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ତେବେ ଘଟଣାରୁ ପ୍ରକାଶ ଯେ, ନାବାଳିକା ଜଣକ ନିଜ ଘରେ ଏକାକୀ ଥିବାର ସୁଯୋଗ ନେଇ ପଡ଼ିଶାରେ ରହୁଥିବା ଯୁବକ ଦ୍ୱୟ ନାବାଳିକା କିଶୋରୀକୁ ଦୁଷ୍କର୍ମ କରିଥିଲେ। ଏ କଥା ପ୍ରକାଶ କରିଛନ୍ତି ଦୁଷ୍କର୍ମ ପୀଡ଼ିତାଙ୍କର ଦାଦା। ତେବେ ଏ ନେଇ ପୁଲିସ୍‌ ଅଧିକାରୀ ମହେଂନ୍ଦ୍ର ସିଂହ ଧାଡ଼କ ଜଣାଇଛନ୍ତି କି, ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଦେବଲ ଗ୍ରାମରେ ୮ମ ଶ୍ରେଣୀର ଛାତ୍ରୀ ନିଜ ଘରେ ଏକାକୀ ଥିବାବେଳେ ଯୁବକ ଦ୍ୱୟ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଫଳରେ ନାବାଳିକା ଚିତ୍କାର କରିବାରୁ ତାଙ୍କ ଉପରେ କିରୋସିନ୍‌ ପକାଇ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍‌ ହେଇଥିଲେ ଅଭିଯୁକ୍ତ। ତେବେ ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ରହିଥିବାବେଳେ ତାଙ୍କୁ ଏବେ ସାଗର ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର