ଜିଲ୍ଲାପାଳଙ୍କ ଅଫିସ ଆଗରୁ ନେଇଗଲେ ୩ ଲକ୍ଷ

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ଲୁଟେରାମାନେ ଗାଡ଼ି ଡିକି ଖୋଲି ୩ଲକ୍ଷ ଟଙ୍କା ନେଇ ଫେରାର୍‌ ହୋଇଯାଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତପନ ନାୟକ ଏବଂ ଘର ଶିମିଳିପଡ଼ାରେ। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି।

ସୂଚନାନୁଯାୟୀ, ଶ୍ରୀ ନାୟକ ଆଜି ଅପରାହ୍ନରେ ଜମି କିଣିବା ପାଇଁ ଅନୁଗୁଳ ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ୩ଲକ୍ଷ ଟଙ୍କା ଉଠାଇଥିଲେ। ସବୁତକ ଟଙ୍କା ଗାଡ଼ି ଡିକିରେ ରଖି ଘରକୁ ଫେରୁଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଅଫିସ୍‌ରେ ଏକ ଚିଠି ଦେବାର ଥିବାରୁ ସେ ଅଫିସ୍‌ ଫାଟକ ନିକଟରେ ହୋଣ୍ଡା ଆକ୍ଟିଭା ଗାଡ଼ି ରଖି ଭିତରକୁ ଯାଇଥିଲେ। ଅଫିସ୍‌ରେ ଚିଠି ଦେଇ ଫେରିଲା ବେଳକୁ ଜଣେ ଯୁବକ ତାଙ୍କ ଗାଡ଼ି ଡିକି ଖୋଲି ଟଙ୍କା ନେଇ ପଳାଇଥିଲେ। ସେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର