କ୍ରୋଧରେ ନିଜର ତିନି ସନ୍ତାନକୁ ବିଷ ଦେଇ ମାରିଲା ମା’

ଗୋପାଳଗଞ୍ଜ : ବିହାରର ଗୋପାଳଗଞ୍ଜ ଜିଲ୍ଲାର ଭେରେ ଥାନା ଅନ୍ତର୍ଗତ ତିଲକଡ଼ୁମର ଗ୍ରାମରେ ପରିବାରିକ କଳହ ଦୁଃଖଦ ରୂପ ନେଇଛି। ସ୍ୱାମୀଙ୍କ ସହିତ କଳହ ଯୋଗୁଁ କ୍ରୋଧରେ ମମତା ଦେବୀ ନାମ୍ନୀ ମହିଳା ନିଜର ତିନି ସନ୍ତାନଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ମମତା ଦେବୀଙ୍କର ତାଙ୍କ ସ୍ୱାମୀ ଶରଦା ଓରାମଙ୍କ ସହିତ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ତାଙ୍କ ସ୍ୱାମୀ ଘର ଛାଡ଼ି ପଳାଇଥିଲେ। ଏହି ଘଟଣାରେ ମମତା କ୍ରୋଧିତ ହୋଇ ତାଙ୍କ ତିନି ଜଣ ସନ୍ତାନ ଦିଗବିଜୟ କୁମାର(୪), ଶିବାଙ୍ଗୀ କୁମାରୀ (୫) ଏବଂ ରଣବିଜୟ କୁମାର(୩)ଙ୍କୁ ବିଷ ପିଆଇ ଦେଇଥିଲେ। ବିଷ ଉତ୍କଟ ହୋଇ ଥିବାରୁ ପିଲାମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଘଟଣା ବିଷୟରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମାମଲାର ତଦନ୍ତ କରିଥିଲା । ମମତାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅଘଟଣର କାରଣ ପାରିବାରିକ କଳହ ବୋଲି ପୁଲସ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର