କଟକ: ଜମିବାଡ଼ିକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ କଟକ ଜିଲ୍ଲାର ଆଠଗଡ଼ ଭୋଗରାଇ ହରିଜନସାହିରେ ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜମିବାଡ଼ି ନେଇ ହରିଜନସାହିରେ ବହୁ ଦିନରୁ ଗଣ୍ଡଗୋଳ ହୋଇ ଆସୁଥିଲା। ଆଜି ସନ୍ଧ୍ୟାରେ ହରିଜନସାହିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ। ଏହି ବୋମାମାଡ଼ କିଏ କରିଛି, ତାହା ଜଣାପଡ଼ି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ହୋଇଥିବା ସନ୍ଦେହ କରାଯାଉଛି। ଜମିବାଡ଼ିକୁ ନେଇ ପୂର୍ବରୁ ମଧ୍ୟ ହରିଜନସାହିରେ ଅନେକ ଥର ଗଣ୍ଡଗୋଳ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିବାଦରେ ସ୍ଥାନୀୟ ଲୋକେ ଖୁଣ୍ଟୁଣି-ନରସିଂହପୁର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଓ ଅନ୍ୟାନ୍ୟ ଯାନବାହାନ ଅଟକିଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିବା ବେଳେ ହରିଜନସାହି ଉତ୍ତେଜନା ପୂର୍ଣ୍ଣ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ବୋମାମାଡ଼ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ କରୁଛି।