ମୁମ୍ବାଇ: ମୁମ୍ବାଇର ଲୋକାଲ ଟ୍ରେନ୍ରେ ଯାଉଥିବା ଜଣେ ମହିଳାଙ୍କ ବିପଦଜନକ ଷ୍ଟଣ୍ଟର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ଚଳନ୍ତା ଟ୍ରେନ୍ ଭିତରେ ଷ୍ଟଣ୍ଟ ଦେଖାଉଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ରି ରୋଡ ଓ କାଟନ୍ ଗ୍ରିନ୍ସ ଷ୍ଟେସନ୍ ମଧ୍ୟର ବୋଲି ଜଣାପଡ଼ିଛି। ରେଲେଓ୍ଵ ପ୍ରୋଟେକ୍ସନ୍ ଫୋର୍ସ ସିସିଟିଭି ଫୁଟେଜ ଯାଞ୍ଚ କରି ମହିଳାଙ୍କ ପରିଚୟ ପାଇଛନ୍ତି। ଖୁବ୍ଶୀଘ୍ର ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ଜଣେ ଯାତ୍ରୀ ଟ୍ରେନ୍ ଭିତରେ ଥିବା ସମୟରେ ମହିଳାଙ୍କ ଏହି ଷ୍ଟଣ୍ଟ ଦୃଶ୍ୟ ସୁଟିଂ କରିଥିବା ଜଣାପଡ଼ିଛି। ଏହି ମହିଳାଙ୍କ ସହିତ ତାଙ୍କ ସାଙ୍ଗମାନେ ମିଶି ଫାଷ୍ଟକ୍ଲାସ୍ର ଜେନେରାଲ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ମହିଳା ଟ୍ରେନ୍ ଦ୍ୱାର ପାଖରେ ଛିଡା ହୋଇ ହ୍ୟାଣ୍ଡେଲକୁ ଧରି ବହୁ ବିପଦଜନକ ଅବସ୍ଥାରେ ସେଥିରେ ଝୁଲୁଛନ୍ତି। କେବଳ ଏତିକି ନୁହେଁ ବାହାରେ ଥିବା ରେଲେଓ୍ଵ ଖମ୍ଭକୁ ବି ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ପ୍ଲାଟଫର୍ମରେ ଟ୍ରେନ୍ ଅଟକିବା ପୂର୍ବରୁ ସେ ଟ୍ରେନ୍ରୁ ଡେଇଁ ପଡ଼ି ଓହ୍ଲାଇ ଯାଉଛନ୍ତି।
Mumbai: Woman caught on cam doing stunts on train https://t.co/T33Ol5uIYO pic.twitter.com/5u53YVC02Z
— TOI Mumbai (@TOIMumbai) September 3, 2018