ଏମିତି ବି ଘଟିପାରେ ! ଟ୍ରକ୍‌ ସହିତ ଧକ୍କା ଖାଇବା ପରେ ବାଇକ୍‌ ଚାଳକ ଶୂନ୍ୟକୁ ଉଠି ତଳେ ପଡ଼ିଲେ, ତା’ପରର ଅବସ୍ଥା ଦେଖନ୍ତୁ

ନୂଆଦିଲ୍ଲୀ: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି।  ଯେଉଁଥିରେ ଜଣେ ବାଇକ୍‌ ଚାଳକ ଟ୍ରକ୍‌ ସହିତ ଆସି ଧକ୍କା ଖାଉଛନ୍ତି। ଦୁର୍ଘଟଣା ପରେ ବାଇକ ଚାଳକ କିଛି ଫୁଟ ଉଚ୍ଚକୁ ଉଠି ଶୂନ୍ୟରେ ତିନି/ଚାରିଥର ଓଲଟି ଆସି ସଡ଼କରେ ପଡ଼ୁଥିବା ଦେଖିବାକୁ ମିଳୁଛି। ସୌଭାଗ୍ୟବଶତଃ ଟ୍ରକ୍‌ ଚାଳକ ତୁରନ୍ତ ବ୍ରେକ୍‌ ଦବାଇ ଦେବାରୁ ସେ ଟ୍ରକ୍‌ ସାମ୍ନାରେ ପଡ଼ି ଯାଇଥିଲେ।

ଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କୁ କୌଣସି କ୍ଷତି ପହଞ୍ଚି ନାହିଁ। ଦୁର୍ଘଟଣା ଘଟିବା ସ୍ଥଳରେ ଯେଉଁମାନେ ବି ଉପସ୍ଥିତ ଥିଲେ ବାଇକ୍‌ ଚାଳକଙ୍କ ଜୀବନ ବଞ୍ଚିବା କୌଣସି ଚମତ୍କାରଠାରୁ କମ୍‌ ନୁହେଁ ବୋଲି କହୁଛନ୍ତି। ଦୁର୍ଘଟଣା ଘଟିବା ପରେ ଆଖପାଖରେ ଓ ରାସ୍ତା ଉପରେ ଗାଡ଼ି ଜମି ଯାଇଥିଲା। ବାଇକ୍‌ ଚାଳକଙ୍କୁ ଲୋକମାନେ ଦୁର୍ଘଟଣା ଘଟିବାସ୍ଥାନରୁ ପାଣି ଦେଇ ତାଙ୍କ ଅବସ୍ଥା ପଚାରି ବୁଝିଥିଲେ।  ପରେ ସେ ସୁସ୍ଥ ଭାବେ ଉକ୍ତ ଗାଡ଼ି ଚଳକ ନିଜେ ଗାଡ଼ି ଚଳାଇ ଘରକୁ ଯାଇଥିଲେ। ଏହି ଘଟଣା ଦେଖିବା ପରେ ଲୋକମାନେ କହୁଛନ୍ତି, ଯାହାକୁ ରଖିବ ଅନନ୍ତ କେକରି ପାରିବ ବଳବନ୍ତ। ନିମ୍ନରେ ଆପଣ ପୂରା ଘଟଣାର ଭିଡିଓ ଦେଖି ପାରିବେ।

ସମ୍ବନ୍ଧିତ ଖବର