ନିଶା ଔଷଧ ସ୍ପ୍ରେ’ କରି ୧୨ ଛେଳି ଲୁଟିନେଲେ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ରଣପୁର ଗ୍ରାମ କାହ୍ନୁ ଚରଣ ମଲ୍ଲିକ ନାମକ ଜଣେ ଛେଳି ପାଳକଙ୍କୁ ବାହାର ପଟୁ ତାଲା ପକାଇ ଦୁର୍ବୃତ୍ତମାନେ ଗତରାତିରେ ତାଙ୍କ ଗୁହାଳ ଘରେ ନିଶା ଔଷଧ ସ୍ପ୍ରେ’ କରି ୧୨ଟି ଛେଳି ଲୁଟି ନେଇଛନ୍ତି। ଏ ସଂପର୍କରେ କାହ୍ନୁ ଆଜି ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଛେଳିଗୁଡ଼ିକ ଚେତାଶୂନ୍ୟ ହୋଇପଡ଼ିବା ପରେ ଟାଟା ଏସ୍‌ରେ ଦୁର୍ବୃତ୍ତମାନେ ନେଇ ପଳାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଆଜି ସକାଳେ କାହ୍ନୁ ଡାକ ପକାଇବାରୁ ପଡ଼ୋଶୀ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। କାହ୍ନୁ ଛେଳି ଚରାଇ ପରିବାର ପ୍ରତିପୋଷଣ କରୁଥିବାରୁ ଏହି ଘଟଣାରେ ସେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର