୧୬,୦୦୦ଟଙ୍କା ପାଇଁ ଅଟାରେ ମୃତ ନବଜାତର ପ୍ରତିକୃତି ତିଆରି କରି ଡାକ୍ତରଖାନାରେ ପହଞ୍ଚିଲେ ୩ଜଣ ମହିଳା, ତା’ ପରେ…

ଭୋପାଳ : ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ୩ଜଣ ମହିଳା ଯେଉଁ କାମ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାମାନଙ୍କ ଚତୁରତା ଦେଖି ଡାକ୍ତରଙ୍କ ହୋସ ଉଡ଼ି ଯାଇଥିଲା । ଡାକ୍ତରଖାନା ଉପରେ ମିଛ ଆରୋପ ଲଗାଇ କ୍ଷତିପୂରଣ ନେବା ପାଇଁ ୩ଜଣ ମହିଳା ଅଟାରେ ମୃତ ନବଜାତର ପ୍ରତିକୃତି ତିଆରି କରି ଡାକ୍ତରଖାନାରେ ପହଞ୍ଚିଥିଲେ । ଯେତେବେଳେ ଡାକ୍ତର ତାଙ୍କୁ ମୃତ ନବଜାତର ମୁହଁ ଦେଖାଇବାକୁ କହିଥିଲେ, ସେମାନେ ମନା କରି ଦେଇଥିଲେ । କିଛି ସମୟ ପରେ ଡାକ୍ତର ଏବଂ ୩ଜଣ ମହିଳାଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅଟା ତିଆରି ନବଜାତର ପ୍ରତିକୃତିଟି ତଳକୁ ଖସି ପଡ଼ିଥିଲା । ତଳେ ଅଟା ତିଆରି ନବଜାତକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Image result for infant feet
Choose physio

ଡାକ୍ତର ବିନୋଦ ଗୁପ୍ତାଙ୍କ କହିବା ଅନୁଯାୟୀ, ଏଭଳି ଦୃଶ୍ୟ ମୁଁ ମୋ ଡାକ୍ତରୀ କ୍ୟାରିୟରରେ କେବେ ହେଲେ ଦେଖି ନ ଥିଲି । ମହିଳାମାନେ ଅଟାରେ ନବଜାତ ଭଳି ପ୍ରତିକୃତି ତିଆରି କରିବା ସହ ସେଥିରେ ଲାଲ ରଙ୍ଗ ଲଗାଇଥିଲେ । ମଙ୍ଗଳବାର ରାତିରେ ୩ଜଣ ମହିଳା ଆମ୍ବୁଲାନ୍ସ ଯୋଗେ କୈଲାରାମ ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତରଖାନାରେ ୩ଜଣ ମହିଳା ପହଞ୍ଚିବା ସହ ଜଣେ ମହିଳା କହିଥିଲେ, ଘରେ ମୃତ ନବଜାତଟି ଜନ୍ମ ନେଇଥିଲା । ଏବେ ଆପଣ ଡାକ୍ତରଖାନା ରେକର୍ଡରେ ଏହି ମାମଲାକୁ ସାମିଲ କରନ୍ତୁ । ଯାହା ଦ୍ୱାରା ଆମେ ମୁଖ୍ୟମନ୍ତ୍ରୀ ମାଟରନିଟି ଆଡ୍‌ ସ୍କିମ୍‌ର ଲାଭ ଉଠାଇ ପାରିବୁ । ଏହା କହି ୩ଜଣ ସିଧା ପ୍ରସୂତି ବିଭାଗରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ନର୍ସ ଓ ବରିଷ୍ଠ ଡାକ୍ତରଙ୍କ ସହ ଝଗଡ଼ା ହେବାରୁ ୩ଜଣ ମହିଳାଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା । ଘଟଣାର ପର୍ଦ୍ଦାଫାସ ହେବା ପରେ ଡାକ୍ତର ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପଚରାଉଚରା କରିବା ପରେ ୧୬,୦୦୦ଟଙ୍କା ପାଇଁ ୩ଜଣ ଏଭଳି କରିଥିବା ସ୍ୱୀକାର କରିଥିଲେ । ପରେ ୩ଜଣ କ୍ଷମା ମାଗିବାରୁ ପୁଲିସ ୩ଜଣଙ୍କୁ ଛାଡ଼ିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର