ବୟସ ପୂର୍ବରୁ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେଇଥିବାରୁ ୨୬ ଜଣ ବାପାମାଆଙ୍କୁ ଗିରଫ କଲା ହାଇଦ୍ରାବାଦ୍‌ ପୁଲିସ୍‌

ହାଇଦ୍ରାବାଦ୍‌: ଅନେକ ସମୟରେ ଆପଣ ସଡ଼କ ଉପରେ ପ୍ରାପ୍ତ ବୟସରୁ କମ୍‌ ବୟସର ପିଲାମାନେ ଗାଡ଼ି ଚଳାଉ ଥିବାର ଦେଖିଥିବେ। ଏହି ନାବାଳକ ଚାଳକମାନଙ୍କର ବେପରୁଆ ଗାଡ଼ି ଚାଳନା ହେତୁ ନିଜ ଜୀବନ ସହ ଅନ୍ୟର ଜୀବନ ବି ବିପଦମୁଖୀ ହୋଇଥାଏ। ଏହି ବିଷମ ସମସ୍ୟା ଉପରେ ଲଗାମ ଲଗାଇବା ପାଇଁ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି। ଏହି ମାମଲାରେ ଟ୍ରାଫିକ୍‌ ପୁଲିସ୍‌ ନିକଟରେ ନାବାଳକଙ୍କ ସମେତ ସେମାନଙ୍କର ୧୯ ଜଣେ ବାପାମାଆଙ୍କୁ ଗିରଫ କରିଛି।

ଉଲ୍ଳେଖଯୋଗ୍ୟ, ଗତ ମାର୍ଚ ମାସରେ ଏହି ମାମାଲାରେ ୨୦ ଜଣ ଅଭିଭାବକ ଧରାପଡ଼ିଥିଲେ। ଚଳିତମାସରେ ବି ପର୍ବରୁ ୬ ଜଣ ଅଭିଭାବକଙ୍କୁ ପୁଳିସ୍‌ ଧରିଥିଲା। ସହରରେ ନାବାଳକ ଗାଡ଼ି ଚାଳକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଏପରି ଘଟଣା ଦେଖିବାକୁ ମିଳିଛି। ଏପରିକି ଜଣେ ନାବାଳକ ମଧ୍ୟ ୧ ମାସ ପର୍ଯ୍ୟନ୍ତ ଜେଲ୍‌ ଭୋଗିଥିବା ଜାଣିବାକୁ ମିଳିଛି। ଲୋକ ସଚେତନା ସକାଶେ ଏହି ଅଭିଯାନ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ହାଇଦ୍ରବାଦ୍‌ର ୪ ଜଣ ଇଞ୍ଜିନିୟରିଂ ଛାତ୍ର ଜଣେ ୪୮ ବର୍ଷିଅ ବ୍ୟକ୍ତିଙ୍କ ଉପରେ ଗଡ଼ି ଚଳାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ୪ ଜଣଙ୍କ ବୟସ ବି ୧୯ରୁ ୨୧ ମଧରେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର