ପୁଲିସ ଷ୍ଟେସନ୍‌ରେ ଅପରାଧୀର ଆତ୍ମସମର୍ପଣ, କହିଲା ‘ମୋତେ ଏନ୍‌କାଉଣ୍ଟର କର ନାହିଁ , ଜେଲରେ ଭର୍ତ୍ତି କରିଦିଅ’

ଶାମଲି: ଉତ୍ତରପ୍ରଦେଶର କେରନାରେ ପୁଲିସ ଏନ୍‌କାଉଣ୍ଟ ଭୟରେ ଅପରାଧୀମାନେ ଆତ୍ମସମର୍ପଣ ପାଇଁ ଥାନାରେ ଆସି ପହଞ୍ଚୁଥିବା ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଯୋଗୀ ସରକାରଙ୍କ ଅପରାଧକୁ ନେଇ ‘ଜିରୋ ଟଲରାନ୍ସ’ ନୀତି ପରେ ପୁଲିସ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବା ଆରମ୍ଭ କରି ଦେଇଛି। ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍‌କାଉଣ୍ଟର ଭୟ ଘାରିଛି। ଅପରାଧୀ ନିଜ ଜୀବନ ରକ୍ଷା ପାଇଁ ପୁଲିସ ଷ୍ଟେସନ୍‌ରେ ଆସି ଆତ୍ମସମର୍ପଣ କରୁଛନ୍ତି। ନିକଟରେ ଶାମଲିସ୍ଥିତ ଝିଝାନା ଥାନାରେ ଜଣେ ହତ୍ୟାକାରୀ ତାର ଜଣେ ସାଥୀକୁ ନେଇ ପହଞ୍ଚି ଥିଲା।

ହତ୍ୟାକାରୀ ଏସଏଚଓ ସନ୍ଦୀପ ବାଲିୟାନ୍‌ଙ୍କୁ କହିଛି, ‘ସାହେବ ମୋତେ ଜେଲରେ ପୁରାଇ ଦିଅ, ମୁଁ ଜଣେ ହତ୍ୟାକାରୀ। କାଳେ ଏସ୍‌ପି ମୋତେ ଗୁଳି ମାରି ଦେବେ ସେ ଭୟରେ ମୁଁ ହରିୟାଣା ଚାଲି ଯାଇଥିଲି।’ ଏହାପରେ ହତ୍ୟାକାରୀକୁ ଜେଲରେ ଭର୍ତ୍ତି କରାଯାଇଥିଲା।

ଏସ୍‌ପି ଅଜୟ ପାଲ ଶର୍ମାଙ୍କ କହିବାନୁସାରେ, ୟାମିନ୍‌ ଝିଝାନା ଥାନାରେ ଆସି ଆତ୍ମସମର୍ପଣ କରିଛି। ସେ ଏସଏଚଓ ସନ୍ଦୀପ ବାଲିୟନଙ୍କୁ ଗୁଳି ନମାରିବା ପାଇଁ ଗୁହାରି କରିଛି। ଏଥିସହିତ ଶପଥ କରିଛି କି ଆଗକୁ ଏଭଳି ଅପରାଧ କରିବ ନାହିଁ। ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଜାନୁଆରି ୨୧ ତାରିଖ ଝିଝାନା ଅଞ୍ଚଳରେ ଖ୍ଵାଜପୁରାରେ ବସବାସ କରୁଥିବା ଜାଲ୍ଲା ଓରଫ ତୈୟବଙ୍କୁ ଗୁଳି ମାରି ହତ୍ୟା କରାଯିବାର ଖବର ପ୍ରକାଶ ପାଇଥିଲା। ତେବେ ଏହି ହତ୍ୟା ଘଟଣାରେ ମୃତକ ପରିଜନ ଗ୍ରାମର ମୁସାନଙ୍କ ପୁଅ ୟାମିନ୍‌ ସମେତ ଅନ୍ୟ କେତେକ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର