ତୁଳସୀ ଗଛ ତଳୁ ମିଳିଥିବା କଙ୍କାଳରୁ ଓଡ଼ିଆ ଯୁବକ ହତ୍ୟାକାଣ୍ଡର ପର୍ଦ୍ଦାଫାସ , ମାମୁଁ ଭଣଜାକୁ ମାରି ଶବକୁ ପୋତିଥିଲା ବାଲକୋନିର ତୁଳସୀ ଗଛତଳେ

ନୂଆଦିଲ୍ଲୀ:ଘରର ଛାତ ଉପରେ ଥିବା ତୁଳସୀ ଗଛ ତଳୁ ମିଳିଥିବା କଙ୍କାଳରୁ ଏକ ହତ୍ୟାଘଟାଣର ପର୍ଦ୍ଦାଫାସ ହୋଇଛି। ଡାବଡିରେ ହୋଇଥିବା ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ମାମୁଁକୁ ପୁଲିସ ଗିରଫ କରିଛି।
ତିନି ମାସ ଧରି ଖୋଜାଖୋଜି,ଚାରିଶହ ଲୋକଙ୍କୁ ପଚରାଉଚୁରା ଓ ପାଞ୍ଚଟି ରାଜ୍ୟରେ ବାରରୁ ଅଧିକ ସ୍ଥାନରେ ଚଢଉ କରି ଅବଶେଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ମୃତ ଭଣଜାର ଶବକୁ ରହୁଥିବା ଘରର ବାଲକୋନିରେ ପୋତି ଦେଇଥିଲା। ଯେତେବେଳେ ମାମୁଁ ସେହି ଘର ଖାଲି କରିଥିଲା,ସେତେବେଳେ ଘରର ମାଲିକ ତୁଳସା ଗଛର ମାଟି ଖୋଳିବା ବେଳେ ସେଥିରେ କଙ୍କାଳ ଥିବାର ଦେଖିବାକୁ ପାଇଲେ।


ଏ ସଂପର୍କରେ ଘର ମାଲିକ ପୁଲିସକୁ ସୂଚନା ଦେଲେ। ଅଭିଯୁକ୍ତ ମାମୁଁ ବିଜୟନ୍‌କୁ ପୁଲିସ ତେଲେଙ୍ଗନାର ରାଜଧାନୀ ହାଇଦ୍ରାବାଦରୁ ଗିରଫ କରିଛି। ଜବତ ହୋଇଥିବା କଙ୍କାଳଟି ଓଡ଼ିଶାର ଜୟ ପ୍ରକାଶ ମହାରଣାର ବୋଲି ଜଣାଯାଇଛି। ଗିରଫ ହେବାପରେ ବିଜୟନ୍‌ କହିଛି ଯେ ତା’ର ପ୍ରେମିକା ସହିତ ଭଣଜା ଜୟ ପ୍ରକାଶର ସଂପର୍କ ରହିଛି। ଏଣୁ ସେ ତାକୁ ହତ୍ୟା କରିଥିଲା। ଶବକୁ ପୋତିବା ଲାଗି ସେ ବାଲକୋନିରେ ମାଟି ପକାଇ ତୁଳସୀ ଗଛ ଲଗାଇଥିଲେ। ତା’ପରେ ବି ସେ ସେହି ଘରେ ବହୁଦିନ ଧରି ରହିଥିଲା।

ସମ୍ବନ୍ଧିତ ଖବର