ଯୁବତୀଙ୍କ ସହ ଦୁଷ୍କର୍ମ କରି ୮ ଥର ମିଷ୍ଟର୍‌ ଇଣ୍ଡିଆ ବିଜେତା ହୋଇଥିବା ନୌସେନା ଅଧିକାରୀ ଗିରଫ

କୋଟ୍ଟାୟାମ୍‌: ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୩୮ ବର୍ଷିୟ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି। ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ଯେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ନୌସେନା ଅଧିକାରୀଜଣକ ତାଙ୍କ ଝିଅ ସହ ଦୁଷ୍କର୍ମ କରିଛନ୍ତି।

ମୁମ୍ବାଇରେ ନୌସେନାର ଜଣେ ମୁଖ୍ୟ ପେଟି ଅଫିସର୍‌ ଥିବା ମୁରଲୀ କୁମାରଙ୍କୁ ଗିରଫ କରାଯାଇ ଶନିବାର ଦିନ ବିଚାର ବିଭାଗ ହାଜତକୁ ନିଆଯାଇଥିବା କଥା ପୁଲିସ କହିଛି। ତାଙ୍କ ଠାରେ ଅନୁସୁଚିତ ଜାତି/ଜନଜାତି ଉତ୍ପୀଡ଼ନ (ନିରୋଧୀ) ଆଇନ୍‌ ମଧ୍ୟ ଲାଗୁ କରାଯାଇଛି।

୨୫ ବର୍ଷ ମଧ୍ୟରେ ବୟସ ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଗତ ସପ୍ତାହରେ ଏକ ହୋଟେଲ୍‌ରେ କୁମାରଙ୍କୁ ଭେଟିବାକୁ ଯାଇଥିବା ସମୟରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କୁମାର ତାଙ୍କୁ ହୋଟେଲ୍‌କୁ ଡାକିଥିଲେ ବୋଲି ପୁଲିସ କହିଛି।

ଏକ ଘରୋଇ ଡାକ୍ତରଖାନାରେ ଯୁବତୀଜଣକ ଭର୍ତ୍ତି ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

କୁମାର ଦୁଇ ଥର ମିଷ୍ଟର୍‌ ଏସିଆ ଓ ଆଠ ଥର ମିଷ୍ଟର୍‌ ଇଣ୍ଡିଆ ଟାଇଟଲ୍‌ ଜିଣିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କର ଯୁବତୀଙ୍କ ସହ ବନ୍ଧୁତା ହୋଇଥିବା କଥା କୁହାଯାଉଛି।

ଘଟଣା ସଂକ୍ରାନ୍ତରେ ନୌସେନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦାଖଲ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର