୧.୨୦ ଲକ୍ଷ ଟଙ୍କା ଦେଇ କିଣିଥିଲେ ଦୁଇଟି ନକଲି ଡିଗ୍ରି ସାର୍ଟିଫିକେଟ, ଅକ୍ଷୟ କୁମାର ସହିତ ଜଣେ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଏହି ଦୁଇଯୁବକ ନକଲି ଡିଗ୍ରି ସାର୍ଟିଫିକେଟ ଦେଖାଇ ଅସଲି ଡିଗ୍ରି ନେବାକୁ ଚେଷ୍ଟା କରିଥିଲେ। ଦୁହିଁଙ୍କୁ ଗୁରୁ କାଶି ୟୁନିଭର୍ସିଟିରୁ ଗିରଫ କରାଯିବା ସହିତ ସେମାନଙ୍କ ନାମରେ ନକିଲି ସାର୍ଟିଫିକେଟ କାରବାର କରୁଥିବା ମାମଲା ରୁଜୁ ହୋଇଛି।

ପଚରାଉଚରା ସମୟରେ ଜଣାପଡ଼ିଥିଲା କି, ଦୁହେଁ ୧.୨୦ଲକ୍ଷ ଟଙ୍କା ଦେଇ ଦୁଇଟି ନକଲି ଡିଗ୍ରି ସାର୍ଟିଫିକେଟ କିଣିଥିଲେ, ଯାହାକୁ ସେମାନେ ଅସଲ ଡିଗ୍ରିରେ ବଦଳାଇବାକୁ ଚାହିଁଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ କେଥଲ ନିବାସୀ ଅକ୍ଷୟ କୁମାର ଓ ନସିବ ସିଂହ।

ୟୁନିଭର୍ସିଟିର ଡାଇରେକ୍ଟର ଅମିତ ଫୁଟେଜାଙ୍କ କହିବାନୁସାରେ, ଜାନୁଆରି ୩୧ ତାରିଖରେ ଅକ୍ଷୟ ଓ ନସିବ ଡିମାଣ୍ଡ ଫର୍ମ ଭରି ଅସଲି ଡିଗ୍ରି ସାର୍ଟିଫିକେଟର କପି ଦେବାକୁ ଦାବି କରିଥିଲେ। କପି ମାଗିବାର କାରଣ ପଚରା ଯିବାରୁ ସେମାନେ ଅସଲ ଡିଗ୍ରି ସାର୍ଟିଫିକେଟ ହଜେଇ ଦେଇଥିବା କହିଥିଲେ। କେବଳ ଏତିକି ନୁହେଁ, କେଥଲ ପୁଲିସ ଥାନାରେ ବିଏର ଡିଗ୍ରି ସାର୍ଟିଫିକେଟ ହଜି ଯାଇଥିବା ମାମଲା ମଧ୍ୟ ରୁଜୁ କରିଥିଲେ। ୟୁନିଭର୍ସିଟି ପ୍ରବନ୍ଧକ ଡିଗ୍ରି ସାର୍ଟିଫିକେଟ କପି ଚେକ୍‌ କରିବା ପରେ ଜଣାପଡ଼ିଲା ବିଏ ଡିଗ୍ରିର ଯେଉଁ କୋର୍ସ ଲେଖା ଯାଇଥିଲା ତାହା ଗୁରୁ ଗୁରୁ କାଶି ୟୁନିଭର୍ସିଟିରେ କରାଯାଇ ଥିଲା। ଏହାପରେ ଦୁହିଁଙ୍କୁ ପୁଲିସ ଜିମା ଦିଆଯାଇଥିଲା।

ସମ୍ବନ୍ଧିତ ଖବର