ସ୍କୁଲର ଶୌଚାଳୟ ମଧ୍ୟରେ ସାନିଟାରି ନାପ୍‌କିନ୍‌ ପଡ଼ିଥିବା ଦେଖି ସମସ୍ତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଦେଖିବାରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ଚଣ୍ଡିଗଡ଼ : ପଞ୍ଜାବର ଫଜିଲ୍କା ଜିଲ୍ଲାରେ ଛାତ୍ରୀମାନଙ୍କର ଅନ୍ତର୍ବସ୍ତ୍ର କାଢ଼ି ସାନିଟାରି ନାପ୍‌କିନ୍‌ ଦେଖିବାରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଜଣେ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ସ୍କୁଲର ଶୌଚାଳୟରେ ବ୍ୟବହାର କରାଯାଇଥିବା ସାନିଟାରି ନାପ୍‌କିନ୍‌ ପଡ଼ିଥିବାର ଦେଖି ରାଗିଯିବା ସହ ଏପରି କରିବା ପଛରେ କାହାର ହାତ ରହିଛି ବୋଲି ଜାଣିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଏପରି କରିଥିଲେ ବୋଲି ଜଣାପଡ଼ିଛି । ସ୍କୁଲରେ ଥିବା ସମସ୍ତ ଛାତ୍ରୀମାନଙ୍କ ମଧ୍ୟରୁ କାହାର ମାସିକଧର୍ମ ହୋଇଛି ବୋଲି ଜାଣି ଦଣ୍ଡ ଦେବା କଥା ଭାବିଥିବା ବେଳେ ଏହି ପଦକ୍ଷେପ ତାଙ୍କୁ ଭାରୀ ପଡ଼ିବ ବୋଲି ଜାଣି ନଥିଲେ ପ୍ରଧାନ ଶିକ୍ଷୟତ୍ରୀ । ଘଟଣାଟି ଗତ ସପ୍ତାହରେ ଘଟିଥିବା ବେଳେ ଏକ ଭିଡ଼ିଓରେ କିଛି ଛାତ୍ରୀ କାନ୍ଦି କାନ୍ଦି ପୂରା ଘଟଣା ବିଷୟରେ ଜଣାଉଥିବାର ଦେଖାଯାଇଥିଲା ।

oneindia.com

ଭିଡ଼ିଓରେ କିଛି ଛାତ୍ରୀ, ଶୌଚାଳୟରେ ସାନିଟାରୀ ନାପ୍‌କିନ୍‌ ଦେଖି ପ୍ରଧାନ ଶିକ୍ଷୟତ୍ରୀ ଏବଂ ଜଣେ ଶିକ୍ଷୟତ୍ରୀ ଆସି ସବୁ ଛାତ୍ରୀମାନଙ୍କୁ ଏକାଠି କରାଇଥିଲେ । ଘଟଣା ବିଷୟରେ ଜଣାଇବା ସହ କିଏ ଶୌଚାଳୟରେ ଏପରି କାମ କରିଛି । ତାହା ଏବେ ଜଣା ପଡ଼ିଯିବ କହି ଜଣ ଜଣଙ୍କର ଅନ୍ତର୍ବସ୍ତ୍ର କାଢ଼ି ଦେଖିବା ଆରମ୍ଭ କରିଥିଲେ ବୋଲି କହୁଥିବା ଦେଖାଯାଇଥିଲା । ଭିଡ଼ିଓଟି ସାମ୍ନାକୁ ଆସିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଶୁକ୍ରବାର ରାଜ୍ୟ ଶିକ୍ଷା ସଚିବଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ଯାଞ୍ଚ ରିପୋର୍ଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ଦୁଇ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର