ଜୁଆ ଆଡ଼ାରେ ଚଢ଼ଉ, ୩ ଗିରଫ

ବାଲିଅନ୍ତା: ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଏଠାରେ ଥିବା ଏକ ଇଟାଭାଟି ପରିସରରେ ଚାଲିଥିବା ଜୁଆ ଆଡ଼ାରେ ଚଢ଼ଉ କରି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ତେବେ ଘଟଣାସ୍ଥଳରୁ ଏକାଧିକ ଜୁଆଡ଼ି ଖସିଯାଇଛନ୍ତି। ଗିରଫ ଜୁଆଡ଼ିମାନେ ହେଲେ ସ୍ଥାନୀୟ ଦିପଟି ସାହିର ପ୍ରମୋଦ କୁମାର ସାହୁ (୪୬), ରଥିଜେମାର ସୁରେନ୍ଦ୍ର ସାହୁ (୬୩) ଏବଂ ବାଲିପାଟଣା ଥାନା ଅନ୍ତର୍ଗତ ଝିଣ୍ଟିମେଳକର ଧୂଳେଶ୍ବର ମୁଦୁଲି(୩୫)। ପୁଲିସ ଘଟଣାସ୍ଥଳରୁ ୨୧ ହଜାର ଟଙ୍କା, ୨ଟି ବାଇକ, ୩ଟି ‌ଦାମୀ ମୋବାଇଲ, ତାସ୍‌ ଏବଂ ଜୁଆ ଖେଳରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଓ ଜୋନ୍‌-୪ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ବାଳକାଟି ଫାଣ୍ଡି ପୁଲିସ ଏହି ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର