ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅଧୀନ ରେତଙ୍ଗ ଅଞ୍ଚଳର ଜଣେ ନାବାଳିକାଙ୍କୁ ହୋଇଥିବା ଦୁଷ୍କର୍ମ ଘଟଣାର ୫ମାସ ପରେ ଆଜି ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ରେତଙ୍ଗ ସ୍ଥିତ ତୃତୀୟାପଡ଼ା ଅଞ୍ଚଳର ଦେବାଶିଷ ସାମନ୍ତ ରାୟ ଓରଫ ଦେବୁନ୍(୨୦)।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ମୁତାବକ, ଗତ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ଉପରେ ଦେବାଶିଷର ଲୋଲୁପଦୃଷ୍ଟି ପଡ଼ିଥିଲା। ଏଥିପାଇଁ ଦେବାଶିଷ ସୁଯୋଗକୁ ଅପେକ୍ଷା କରିଥିଲା। ଗତ ଜୁଲାଇ ୯ ତାରିଖ ସନ୍ଧ୍ୟାରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ଦେବାଶିଷ ଘର ଭିତରକୁ ପଶିଯାଇଥିଲା। ନାବାଳିକା ଜଣଙ୍କ ପାଟି କରିବାରୁ ଦେବାଶିଷ ତାଙ୍କୁ ଧମକ ଦେଇଥିଲା। ଏହାପରେ ସେ ଘର କବାଟ ବନ୍ଦକରି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ସେ ନାବାଳିକାଙ୍କୁ ଧମକ ଦେଇଥିଲା। ନାବାଳିକାଙ୍କ ମା’ ଘରେ ପହଞ୍ଚି ଝିଅ କାନ୍ଦୁଥିବା ଦେଖି ପଚରାଉଚରା କରିଥିଲେ। ନାବାଳିକା ଜଣଙ୍କ ଘଟଣା ବିଷୟରେ ମା’ଙ୍କୁ ଜଣାଇଥିଲେ। ଏନେଇ ନାବାଳିକାଙ୍କ ପରିବାରଲୋକ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାାନ ପୁଲିସ ଏକ ମାମଲା ରୁଜୁ କରି ଦେବାଶିଷକୁ ଗିରଫ ପାଇଁ ତଦନ୍ତ ଜାରି ରଖିଥିଲା।। ମଙ୍ଗଳବାର ଦେବାଶିଷ ତୃତୀୟାପଡ଼ାରେ ଥିବା ଖବର ପାଇଥିଲା। ତେଣୁ ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଦେବାଶିଷକୁ ଗିରଫ କରିଥିଲା। ପରେ ତାକୁ ଥାନାକୁ ଆଣି ପଚରା ଉଚରାପରେ ଆଜି କୋର୍ଟ ଚାଲାଣ କରାଯାଇଛି।