ଉନ୍ନାଓରେ ପୁଣି ଦୁଷ୍କର୍ମ : ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ପୀଡ଼ିତା ଗର୍ଭବତୀ

ଚଣ୍ଡିଗଡ଼ : ଉତ୍ତର ପ୍ରଦେଶର ଉନ୍ନାଓରେ ଘଟିଛି ପୁଣି ଏକ ସ୍ଫର୍ଶକାତର ଘଟଣା। ଜନୈକ ଦୂର ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ନାବାଳିକା ୬ ସପ୍ତାହର ଗର୍ଭବତୀ ଥିବା ଅଭିଯୋଗ ହୋଇଛି । ପେଟରେ ଯନ୍ତ୍ରଣା ହେବାରୁ ପୀଡ଼ିତାଙ୍କ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ଡ଼ାକ୍ତର ପରୀକ୍ଷା କରିବା ପରେ ପୀଡ଼ିତା ଜଣକ ୬ ସପ୍ତାହର ଗର୍ଭବତୀ ଅଛନ୍ତି ବୋଲି ଜଣା ପଡ଼ିଥିଲା ।

ସୂଚନା ମୁତାବକ, ଉନ୍ନାଓରେ ରହୁଥିବା ପୀଡ଼ିତାଙ୍କ ପରିବାର ଚଣ୍ଡିଗଡ଼ରେ ଶ୍ରମିକ ଭାବେ କାମ କରୁଥିଲେ । କାମରୁ ସମୟ ମିଳିବା ପରେ ପୀଡ଼ିତାଙ୍କ ସମେତ ତାଙ୍କ ପରିବାର ଲୋକେ ନିଜ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କର ଜଣେ ସଂପର୍କୀୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମର ଶିକାର ହୋଇ ମଧ୍ୟ ଅଭିଯୁକ୍ତର ଧମକକୁ ଡ଼ରି ପୀଡ଼ିତା ଜଣଙ୍କ ଘରେ କିଛି ବି ଜଣାଇନଥିଲେ । ସେଠାରୁ ଆସିବା ପରେ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା ।

The Financial Express

ଏ ବିଷୟରେ ସେ ଘରେ ଜଣାଇବା ପରେ ଘର ଲୋକେ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ସବୁ ପରୀକ୍ଷା ପରେ ପୀଡ଼ିତା ଜଣଙ୍କ ଗର୍ଭବତୀ ଥିବା ଜଣା ପଡ଼ିଥିଲା । ଏ ନେଇ ଡ଼ାକ୍ତରଖାନା ତରଫରୁ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ପଚରାଉଚରା ଆରମ୍ଭ କରିଥିଲା । ପୀଡ଼ିତାଙ୍କ ଠାରୁ ସବୁ ଶୁଣିବା ପରେ ପୁଲିସ ପୋସ୍କୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରିବା ସହ ଖୋଜିବା ଆରମ୍ଭ କରିଛି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର