ପତ୍ନୀ ହାତରେ ଲାଗିଲା ଏଭଳି ଜିନିଷ କି ପ୍ରେମ ବିବାହର ୩ବର୍ଷ ପରେ ଖୋଲିଲା ସ୍ୱାମୀର ୭ଟି ବିବାହ ଉପରୁ ପରଦା

ଭେପାଳ: ମିନି ବସ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ବସ୍‌ କଣ୍ଡେକ୍ଟର ପ୍ରେମରେ ପଡ଼ି ଯାଇଥିଲେ। ଏହାପରେ ୨୦୧୬ରେ ଦୁହେଁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦୁହେଁ ବେଶ୍‌ ହସଖୁସିରେ ଦିନ କାଟୁଥିଲେ। ଦିନେ ରୁମ୍‌ ସଫା କରୁଥିବା ସମୟରେ ମହିଳା ହାତରେ ଏଭଳି ଏକ ଜିନିଷ ପଡ଼ିଥିଲା କି ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। କାରଣ ଏହି ଜିନିଷଟି ସ୍ୱାମୀଙ୍କ ଗୁପ୍ତ ବିବାହ ଉପରୁ ପରଦା ଉଠାଇ ଦେଇଥିଲା।

oneindia.

ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାରେ ଜହାଗିରାବାଦ ପୁଲିସ ଥାନା ଉର୍ଜା ଡେସ୍କରେ ଜଣେ ମହିଳା ଅଭିଯୋଗ ନେଇ ପହଞ୍ଚିଥିଲେ। ସେ ପୁଲିସରେ ଅଭିଯୋଗ କରି କହିଥିଲେ ତାଙ୍କ ସ୍ୱାମୀ ପୂର୍ବରୁ ୬ଟି ବିବାହ କରିଛନ୍ତି। ସେ ତାଙ୍କ ସହ ପ୍ରତାରଣ କରିଛନ୍ତି। ତାଙ୍କର ଏକ ସନ୍ତାନ ବି ରହିଛି। ଦିନେ ସେ ରୁମ୍‌ ସଫା କରୁଥିବା ସମୟରେ ଏକ ଆଲବମ୍‌ ପାଇଥିଲେ। ଏଥିରେ ସ୍ୱାମୀଙ୍କ ବିବାହ ଫଟୋ ଥିଲା। ଏହା କ’ଣ ବୋଲି ପଚାରିବାରୁ ସେ ମାଡ ମାରି ଚାଲି ଯାଇଥିଲେ। ପରେ ଶୁଣିବାକୁ ମିଳିଲା କି ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରି ନେଇଛନ୍ତି।

ଗୋଟିଏ ନୁହେଁ ଏକାଥରେ ଆଠଜଣଙ୍କୁ ବିବାହ କରିବା କଥା ଶୁଣିବା ପରେ ଜହାଗିରାବାଦ ପୁଲିସ ଥାନା ଉର୍ଜା ଡେସ୍କ ଟିମ୍‌ର ହୋସ୍‌ ଉଡି ଯାଇଥିଲା। ଉକ୍ତ ଯୁବକକୁ ଫୋନ୍‌ କରି ଥାନାକୁ ଡକାଇ ପୁଲିସ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର