ଅଟୋରେ ଅସଦାଚରଣ କରିଥିବା ଟ୍ରାଫିକ୍‌ ପୁଲିସକୁ ଚଟକଣା ମାରିଲେ କରାଟେ ଶିଖିଥିବା ଝିଅ

ନୂଆଦିଲ୍ଲୀ: ନେହା ଜଙ୍ଗ୍ରା ନାମ୍ନୀ ଜଣେ ୨୧ ବର୍ଷୀୟ ଜାତୀୟସ୍ତରୀୟ କରାଟେ ଚାମ୍ପିଅନ୍‌ ରୋହତକ୍‌ ଠାରେ ଜଣେ ଟ୍ରାଫିକ୍‌ ପୁଲିସଙ୍କୁ ଚଟକଣା ମାରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏକ ସେୟାର୍‌ ଅଟୋରିକ୍ସାରେ ଯିବାବେଳେ ସେ ପୁଲିସ କର୍ମଚାରୀ ଜଣକ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଯୌନଉତ୍ପୀଡ଼ନ ମାମଲା ରୁଜୁ କରାଯାଇ ସେ ଟ୍ରାଫିକ୍‌ପୁଲିସଙ୍କୁ ଶୁକ୍ରବାର ଦିନ ହାଜତକୁ ନିଆଯାଇଛି।

ଝିଅଟି କରାଟେ ଏକାଡେମିରୁ ସନ୍ଧ୍ୟା ସାତଟା ବେଳେ ଏକ ଅଟୋରେ ଘରକୁ ଫେରୁଥିବା ସମୟରେ ୟାସିନ୍‌ ନାମକ ପୁଲିସ କର୍ମଚାରୀ ମଧ୍ୟ ସେଥିରେ ବସିଲେ। ବସିବା ପରେ ପରେ ହିଁ ପୁଲିସ ଝିଅ ସହ ଲାଗିବା ଆରମ୍ଭ କରିଥିଲେ। ନେହା କହିଛନ୍ତି ଯେ ଟ୍ରାଫିକ୍‌ ପୁଲିସ ତାଙ୍କୁ ତାଙ୍କର ଫୋନ୍‌ ନମ୍ବର ମାଗିଥିଲେ। ସେ ଦେବାକୁ ନମ୍ବର ଦେବାକୁ ମନା କଲାରୁ ପୁଲିସ କହିଥିଲେ କି, କେବଳ ବନ୍ଧୁତା ପାଇଁ ସେ ନମ୍ବର ମାଗୁଛନ୍ତି। ଏଥିରେ ଝିଅଟି ଚିଡ଼ି ଯାଇ ପୁଲିସକୁ ଦୁଇ ଚଟକଣା ମାରି ଠେଲି ଦେଇଥିଲେ।

ତା’ପରେ ଅଟୋରିକ୍ସା ଚାଳକଙ୍କ ସହାୟତାରେ ଟ୍ରାଫିକ୍‌ ପୁଲିସ୍‌ଙ୍କୁ ଘୋଷାରି ନେଇ ସେ ନିକଟସ୍ଥ ମହିଳା ଥାନାରେ ପହଞ୍ଚିଥିଲେ। ସେ ଟ୍ରାଫିକ୍‌ ପୁଲିସ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। କିନ୍ତୁ, ମହିଳା ଥାନା ଅଧିକାରୀ ମଧ୍ୟ ମାମଲାଟିକୁ ଆଉ ଆଗକୁ ନ ବଢ଼ାଇବାକୁ କହିଥିଲେ। ସେ ଯାହାହେଉ, ପରେ ଶୁକ୍ରବାର ଅପରାହ୍ଣରେ ସେ ଟ୍ରାଫିକ୍‌ ପୁଲିସଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୫୪ ଲାଗୁ କରାଯାଇ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର