ଋଷୀୟ ଯୁବକ ପାଲଟିଲା ନରଭକ୍ଷୀ: ପ୍ରେମିକାକୁ ହତ୍ୟା କରି ମାଂସ ଖାଇଲା, ରକ୍ତ ପିଇଗଲା

ମସ୍କୋ:ମଣିଷ ବେଳେବେଳେ ପଶୁଠାରୁ ହୀନ ପାଲଟିଯାଏ। ଅତିରିକ୍ତ ଭାବେ ଇଣ୍ଟରନେଟ୍‌ରେ ନରଭକ୍ଷୀ ଓ ରକ୍ତଭକ୍ଷୀ ଭାମ୍ପାୟାରଙ୍କ ବିଷୟରେ ଆଚମ୍ବିତ କାହାଣୀ ପଢ଼ିପଢ଼ି ଜଣେ ଋଷୀୟ ଯୁବକ ତା’ର ପ୍ରେମିକାକୁ ନୃଶଂସ ଭାବେ ହତ୍ୟା କରି ତା’ର ରକ୍ତ ପିଇଯାଇଛି। କେବଳ ସେତିକି ନୁହେଁ ,ଯୁବକ ଜଣକ ପ୍ରେମିକାର ମସ୍ତିଷ୍କକୁ ପୋଡ଼ି ଖାଇବାକୁ ପଛାଇ ନାହିଁ।

ଓଲଗ୍‌ ବୁଦ୍‌ନୋଭା ନାମ୍ନୀ ୪୫ ବର୍ଷୀୟା ମହିଳାଙ୍କର ଦିମିତ୍ରି ଲୁଚିନ୍‌ ନାମକ ୨୧ ବର୍ଷୀୟ ଯୁବକ ସହ ପ୍ରେମସଂପର୍କ ଥିଲା। ଦିମିତ୍ରି ଦୀର୍ଘ ସମୟ ଧରି ଇଣ୍ଟରନେଟ୍‌ରେ ନରଭକ୍ଷୀଙ୍କ ସଂପର୍କିତ କାହାଣୀ ପଢ଼ୁଥିଲା ଓ ଦେଖୁଥିଲା। ଏହା ଦ୍ୱାରା ପ୍ରଭାବିତ ହୋଇ ତା’ ମନରେ ଏକ ଅଦ୍ଭୁତ ଇଛା ଜାଗ୍ରତ ହେଲା। ସେ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ପ୍ରେମିକା ବୁଦ୍‌ନୋଭାଙ୍କ ଫ୍ଲାଟ୍‌ରେ ପହଞ୍ଚଥିଲା। ତାଙ୍କ ସହ ଅନ୍ତରଙ୍ଗ ହେବା ସମୟରେ ଗୋଟିଏ ଭଙ୍ଗା ମଦ ବୋତଲରେ ତାଙ୍କୁ ୨୫ଥର ଦିମିତ୍ରି ଆକ୍ରମଣ କରିଥିଲା ।  ପରେ ବୁଦ୍‌ନୋଭାଙ୍କର ମୃତ୍ୟୁ ହୋଇଥିଲା।

photo by : livetrendnews.com

ପ୍ରେମିକାର ମୃତ୍ୟୁ ହେବା ପରେ ନରଭକ୍ଷୀ ପାଲଟି ଯାଇଥିଲେ ଦିମିତ୍ରି। ସେ ବୁଦ୍‌ନୋଭାଙ୍କ ମସ୍ତିଷ୍କକୁ କାଟି ବାହାର କରି ତାକୁ ପୋଡି ଖାଇବା ସହ ରକ୍ତ ପାନ କରିଥିଲା । ଏହାପରେ ପୁଲିସ ହାତରେ ଧରାପଡ଼ି ଦିିମିତ୍ରି ନିଜର ଦୋଷ ସ୍ୱୀକାର କରିଥିଲା। ଅନୁସନ୍ଧାନ ବେଳେ ଜଣାପଡିଥିଲା କି ଇଣ୍ଟରନେଟ୍‌ରେ କାନ୍ନିବାଲ ଓ ଭାମ୍ପାୟାରଙ୍କ କାହାଣୀ ସହ ସିରିୟଲ କିଲର୍‌ଙ୍କ ବିଷୟରେ ପଢ଼ି ଦିିମିତ୍ରି ମାନସିକ ସନ୍ତୁଳନ ହରାଇ ବସି ଏପରି ଉନ୍ମତ୍ତ କାଣ୍ଡ ଭିଆଇ ଥିଲେ। ଅଦାଲତ ଦିିମିତ୍ରିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର