ଗିରଫ ହେଲେ କୋଟିପତି ଆର୍‌ଡବ୍ଲ୍ୟୁ ନିର୍ବାହୀ ଯନ୍ତ୍ରୀ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କୋରାପୁଟ ଜୟପୁରସ୍ଥିତ ଆର୍‌ଡବ୍ଲୁ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କୁ କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଗିରଫ କରାଯାଇଛି। ଶିବପ୍ରସାଦଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଆସନ୍ତା ଜୁନ୍‌ ୧୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍‌ରେ ଅଣାଯାଇଛି। ପ୍ରକାଶ ଯେ ଗତକାଲି କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଶିବପ୍ରସାଦଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଏକକାଳୀନ ୮ଟି ସ୍ଥାନରେ ଚଢଉ କରାଯାଇଥିଲା। ତବେ ଶିବ ପ୍ରସାଦଙ୍କୁ ଗିରଫ କରାଯିବା ପରେ ମଧ୍ୟ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର