ମାଆକୁ ହତ୍ୟାକରି ଫ୍ରିଜ୍‌ରେ ୬ ମାସଯାଏଁ ଶବକୁ ରଖି ୩୦ ବର୍ଷର ଜେଲଦଣ୍ଡ ପାଇଲା ପୁଅ

ନିଜ ମାଆକୁ ହତ୍ୟା କରିବା ଅଭିଯୋଗରେ ନ୍ୟାୟାଳୟ ୩୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଯୁବକର ନାଆଁ ହେଲା ୟେ ଓ୍ଵଇ ଗୋଙ୍ଗ୍‌। ସେ ୨୦୧୭ରେ ହୋନୋଲୁଲୁ ଆପାର୍ଟମେଣ୍ଟରେ ନିଜର ମାଆକୁ ହତ୍ୟା କରିଥିଲା। ଏହି ଆପାର୍ଟମେଣ୍ଟ ରେ ସେ ରହୁଥିଲା। ଅନେକ ସମୟରେ ମାଆ-ପୁଅଙ୍କ ଭିତରେ ଝଗଡ଼ା ହେଉଥିଲା।


ଘଟଣା ଦିନ ଉଭୟଙ୍କ ଭିତରେ ଅଧିକ ଯୁକ୍ତିତର୍କ ହୋଇଥିଲା। ଏହାପରେ ସେ ମାଆକୁ ହତ୍ୟା କରିଥିଲା। ଏକଥାକୁ ୟେ ଓ୍ଵାଇ ଗୋଙ୍ଗ ଶବକୁ ଫ୍ରିଜ୍‌ ଭିତରେ ପ୍ରାୟ ଛଅ ମାସ ଯାଏଁ ରଖିଥିଲା। ଅଭିଯୁକ୍ତଙ୍କ ମାଆର ନାଆଁ ହେଲା ଲିୟୁ ୟୁନ୍‌ ଗୋଙ୍ଗ। ଯେତେବେଳେ ଅଧିକାରୀମାନେ ପ୍ରଶ୍ନ କଲେ ଯେ ମାଆ କେଉଁଠି। ସେତେବେଳେ ଅଭିଯୁକ୍ତ ଉତ୍ତର ଦେଇଥିଲା,‘ଫ୍ରିଜ୍‌ରେ’। ପୁଲିସ ତା’ପରେ ଘରେ ଥିବା ଅଳିଆ ଗଦାରେ ମୃତ ମାଆଙ୍କ ମୁଣ୍ଡ ଓ ହାତ ସହିତ ଦୁଇଟି ଅସ୍ତ୍ର ଜବତ କରିଥିଲା। ଗତ ବର୍ଷ ନ୍ୟାୟାଳୟ ହତ୍ୟା ପାଇଁ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରିଥିଲେ। ଗୋଙ୍ଗଙ୍କୁ ଯେତେବେଳେ ନ୍ୟାୟାଳୟରେ ଜେଲ ଦଣ୍ଡ ପାଇଁ ଆଦେଶ ଦିଆଗଲା,ସେତେବେଳେ ସେ କହିଥିଲା,ଯାହା କରିଛି, ସେଥିପାଇଁ ଖୁବ୍‌ ଅନୁତପ୍ତ ଓ ତାକୁ ଲଜ୍ଜା ଲାଗୁଛି।

ସମ୍ବନ୍ଧିତ ଖବର