ତନ୍ତ୍ରପୂଜା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରି ଭଣ୍ଡ ତାନ୍ତ୍ରିକ ଗିରଫ

0 806

ମୋରଦାବାଦ: ତନ୍ତ୍ର ପୂଜା ଆଳରେ ଜଣେ ଆତ୍ମଘୋଷିତ ଭଣ୍ଡ ବାବା ବା ତାନ୍ତ୍ରିକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ଦ୍ୱିତୀୟ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୋରଦାବାଦ ପୁଲିସ ଉତ୍ତରାଖଣ୍ଡର ଏହି ଆତ୍ମଘୋଷିତ ଭଣ୍ଢବାବାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛିି।

Panda Mobile only

ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କ ଦେହ ଖରାପ ରହୁଥିବାରୁ ଗୁଣିଗାରେଡିରେ ସେ ଭଲ ହୋଇଯିବ ବୋଲିି ଜଣେ ପଡୋଶୀ କହିଥିଲେ। ପଡୋଶୀଙ୍କ ପରାମର୍ଶ କ୍ରମେ ସେମାନେ ଏହି ଭଣ୍ଡବାବାଙ୍କୁ ତନ୍ତ୍ରପୂଜା ପାଇଁ ଘରକୁ ଡାକିଥିଲେ। ତାନ୍ତ୍ରିକ ଜଣକ ଘର ଭିତରେ ହୋମ ଯଜ୍ଞ କରିବା ପରେ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କୁ ଅନ୍ୟ ଏକ ପୂଜାର ବିଧାନ ବାହାନାରେ ଶ୍ମଶାନକୁ ପଠାଇ ଦେଇଥିଲେ। ଏହି ସସୟରେ ଘର ଭିତରେ ଥିବା ମହିଳାଙ୍କୁ କିଛି ନିଶାଦ୍ରବ୍ୟ ଦ୍ୱାରା ଚେତାଶୂନ୍ୟ କରି ଭଣ୍ଡ ତାନ୍ତ୍ରିକ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଏହି ଘଟଣା ପରେ ପାଖ ଘରେ ନିଜ ପିଲାମାନଙ୍କ ସହିତ ଶୋଇଥିବା ଅନ୍ୟଜଣେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ କରିବା ପାଇଁ ଭଣ୍ଡ ତାନ୍ତ୍ରିକ ତାଙ୍କ ଶୋଇବା ଘରେ ପ୍ରବେଶ କରିଥିଲେ। ଘରେ ପଶି କବାଟ ବନ୍ଦ କରି ଭଣ୍ଡ ତାନ୍ତ୍ରିକ ନିଜ ପ୍ୟାଣ୍ଟ ଖୋଲିବା ଦେଖି ମହିଳା ଜଣକ ତାଙ୍କୁ ଧକ୍କା ଦେଇ ବାହାରକୁ ଚାଲି ଯାଇ ଏ ସମ୍ପର୍କରେ ପାଟି କରିଥିଲେ। ପରେ ପଡୋଶୀମାନେ ଆସିଯିବାରୁ ସେମାନେ ପୁଲିସକୁ ଏ ଖବର ଦେଇଥିଲେ। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଭଣ୍ଡ ତାନ୍ତ୍ରିକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.