ଆପତ୍ତିଜନକ ଅବସ୍ଥାରେ ଶ୍ରେଣୀଗୃହରେ ପରସ୍ପରକୁ ଚୁମ୍ବନ ଦେଉଥିଲେ ଶିକ୍ଷକ-ଶିକ୍ଷୟିତ୍ରୀ,ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଦେଶର ଯୁବପିଢ଼ିକୁ ଠିକ୍‌ ବାଟରେ ନେବା ପାଇଁ ଜଣେ ଗୁରୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଦେଶର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକ ବଡ଼ ଦାୟିତ୍ୱ ଗ୍ରହଣ କରିଥାନ୍ତି । କିନ୍ତୁ ଗୁଜୁରାଟରେ ଯେଉଁ ଘଟଣା ଘଟିଛି ତାହାକୁ ଦେଖି ଦେଶର ଭବିଷ୍ୟତ କ’ଣ ହେବ ତାହା ଆପଣ ଅନ୍ଦାଜ ଲଗାଇ ପାରିବେ । କିଛି ଦିନ ହେବ ଗୁଜୁରାଟର ଏକ ସ୍କୁଲର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଶ୍ରେଣୀଗୃହରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରସ୍ପରକୁ ଚୁମ୍ବନ ଦେଉଥିବାର ଲୋକେ ଦେଖିବାକୁ ଯାଇଛନ୍ତି । ଏହି ସମୟର ଭିଡ଼ିଓ କେହି ଜଣେ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ଖବରର ପ୍ରସାର ହେବା ପରେ ଉଭୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବିରୋଧରେ ତଦନ୍ତ ଆଦେଶ ଦିଆଯାଇଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଘଟଣାଟି ଘଟିଛି ଗୁଜୁରାଟର ଦାହୋଦ ଜିଲ୍ଲାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏହି ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଲୋକମାନଙ୍କ ପ୍ରତିକ୍ରିୟା ଦେଖି ବରିଷ୍ଠ ଅଧିକାରୀମାନେ ଏ ନେଇ ତଦନ୍ତ ଆଦେଶ ଦେଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଭିଡ଼ିଓ ସାହାଯ୍ୟରେ ଉଭୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଚିହ୍ନଟ କରିବାର ପ୍ରୟାସ ଜାରି ରହିଛି ।

ସମ୍ବନ୍ଧିତ ଖବର