ଅଭିଯୁକ୍ତ ନାବାଳକଙ୍କୁ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସେବା କରିବାକୁ ନିର୍ଦ୍ଦେଶ

ସୁରଟ: ସୁରଟର ଜୁଭେନାଇଲ ଜଷ୍ଟିସ ବୋର୍ଡ ଜଣେ ୧୭ ବର୍ଷୀୟ ଅଭିଯୁକ୍ତଙ୍କୁ ଏକ ଓଲ୍ଡଏଜ୍‌ ହୋମର ଅନ୍ତେବାସୀମାନଙ୍କ ସେବା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ନାବାଳକଜଣକ ଯେପରି କୌଣସି ଅପରାଧିକ ମାମଲାରେ ସମ୍ପୃକ୍ତ ନ ହୁଅନ୍ତି, ତାର ତଦାରଖ କରିବା ଦାୟିତ୍ୱ କୋର୍ଟ ନାବାଳକଙ୍କ ପିତାମାତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ନାବାଳକ ଜଣକ ଯେତେବେଳେ ୧୫ ବର୍ଷ ବୟସର ହୋଇତିଷଳ, ତାଙ୍କ ପଡୋଶୀରେ ରହୁଥିବା ଏକ ୩ ବର୍ଷର ନାବାଳିକାକୁ ନିକଟସ୍ଥ ଏକ ବୁଦାକୁ ଟାଣି ନେଇ ଅସଦାଚରଣ କରିଥିଲେ। ପରେ ସେଠାରେ ଖେଳୁଥିବା ଅନ୍ୟ ପିଲାମାନେ ପାଟି କରିବାରୁ ଲୋକେ ସେଠାରେ ପହଞ୍ଚିି ବୁଦାଭିତରୁ ନାବାଳିକାଙ୍କୁ ୁଉଦ୍ଧାର କରିଥିଲେ। ମାତ୍ର ନାବାଳକ ଜଣକ ସେଠାରୁ ଫେରାର ହୋଇ ଯାଇଥିଲେ। ୨୦୧୬ ମସିହା, ମାର୍ଚ୍ଚ ୧୧ ତାରିଖରେ ସନ୍ଧ୍ୟାବେଳେ ଏହି ଘଟଣା ଘଟିଥିଲା। ସେହି ଦିନ ରାତିରେ ନାବାଳିକାଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରିଥିଲା ଓ ତାଙ୍କୁ ବାଳସୁଧାର ଗୃହରେ ରଖିଥିଲା। ଏହି ମାମଲାରେ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ସୁରଟ ଜୁଭେନାଇଲ ଜଷ୍ଟିସ ବୋର୍ଡ ନାବାଳକଙ୍କୁ ଦୋଷୀ ବୋଲି ଗ୍ରହଣ କରିବା ସହିତ ନାବାଳକଙ୍କ ଚରିତ୍ର ପରିବର୍ତ୍ତନ ପାଇଁ ତାଙ୍କୁ ଏକ ମାସ ଏକ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ସେବା କରିବାକୁ ଜୁଭେନାଇଟ ଜଷ୍ଟିସ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର