ଯୋଗଗୁରୁଙ୍କ ବିରୋଧରେ ୧୪ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ଜଣେ ଯୋଗଗୁରୁ ବିରୋଧରେ ୧୪ଜଣ ମହିଳା ପର୍ଯ୍ୟଟକ ଯୌନ ନିର୍ଯାତନା ଓ ଦୁର୍ଷ୍କମ ଅଭିଯୋଗ ଆଣିଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ କୋହ ଫଙ୍ଗାଙ୍ଗ ଦ୍ୱୀପସ୍ଥିତ ଅଗମ ସଂସ୍ଥା (ତାନ୍ତ୍ରିକ ଯୋଗ ସ୍କୁଲ)ର ଯୋଗ ଶିଖାନ୍ତି। ପୀଡତାଙ୍କ କହିବାନୁସାରେ, ଆଧ୍ୟାତ୍ମିକ ପଦ୍ଧତିରେ ଉପଚାର କରିବା ନାମରେ ଯୋଗଗୁରୁ ସୋମନଙ୍କୁ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ। ଏତଦ୍‌ ବତୀତ ଏହି ସଂସ୍ଥା ସେକ୍ସ ର‍୍ୟାକେଟ ଚଲାଉ ଥିବା ନେଇ ଆଶଙ୍କା ବି କରାଯାଇଛି।

ରିପୋର୍ଟ ଅନୁସାରେ, ଏହି ଯୋଗ ସଂସ୍ଥା ସ୍ଥାପନ ଗୁରୁ ସ୍ୱାମୀ ବିବେକାନନ୍ଦ ସ୍ୱରସ୍ୱତୀ କରିଥିଲେ। ଯାହାଙ୍କ ବାସ୍ତବ ନାମ ନାରକିସ୍‌ ତାରକାଉ ଥିଲା। ସେ ମୂଳ ଭାବେ ରୋମାନିଆରେ ବସବାସ କରନ୍ତି। ସେ ଏହା ପୂର୍ବରୁ ଭାରତର ଉତ୍ତରାଖଣ୍ଡସ୍ଥିତ ହୃଷିକେଶରେ ଥିଲେ । ସେଠାରେ ତାଙ୍କ ଭିଷା ବ୍ୟାଜାପ୍ତ କରି ଦେବାରୁ ସେ ଥାଇଲ୍ୟାଣ୍ଡରେ ପହଞ୍ଚି ଯାଇଥିଲେ। ଏହି ଯୋଗଗୁରୁ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ୧୪ଜଣ ପୀଡିତ ବ୍ରିଟେନ୍‌, ଅଷ୍ଟ୍ରେଲିଆ, ବ୍ରାଜିଲ, ଆମେରିକା ଓ କନ୍ନାଡାର ବୋଲି ଜଣାପଡ଼ିଛି। ଏହି ମହିଳାଙ୍କ ସହିତ ଦୁଇଜଣ ପୁରୁଷ ବି ସଂସ୍ଥା ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହେଉଛି କି ୧୫ବର୍ଷ ହେବ ଏହି ସଂସ୍ଥାର ଯୋଗଗୁରୁ ୧୦୦ରୁ ଊର୍ଧ୍ୱ ମହିଳାଙ୍କୁ ଯୌନ ନର୍ଯାତନା ଦେବା ସହ ଦୁଷ୍କର୍ମ ବି କରି ଆସୁଥିଲେ।

ସମ୍ବନ୍ଧିତ ଖବର