ପତ୍ନୀକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ହତ୍ୟା କରିବା ପରେ ନାବାଳକ ପୁତ୍ର ସହ ୧୦ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପାଖେ ବସିରହିଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବେସରକାରୀ ଚାକିରିଆ ନିଜ ପତ୍ନୀଙ୍କୁ ଛୁରୀରେ ଭୁସି ହତ୍ୟା କରିବା ପରେ ଶରୀରକୁ ନଷ୍ଟ କରିବା ଉଦ୍ୟମ କରୁଥିବା ବେଳେ ବେଙ୍ଗାଲୁରୁ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ପତ୍ନୀଙ୍କୁ ହତ୍ୟା କରିବାକୁ ଯାଇ ବ୍ୟକ୍ତି ଜଣକ ମଙ୍ଗଳବାର ବାରମ୍ବାର ଛୁରୀକାଘାତ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ହିରନ କୁମାର ପତ୍ନୀକୁ ହତ୍ୟା କରିଥିବା କଥା ନିଜେ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛି। ସେ କହିଛି କି ନିଜ ପତ୍ନୀର ବେକକୁ ସେ ପ୍ରାୟ ୧୦ ଥର ଛୁରୀ ଭୁସି ହତ୍ୟା କରିବା ପରେ ୧୦ ଘଣ୍ଟା ପର୍ଯ୍ୟନ୍ତ ପତ୍ନୀର ମୃତଦେହ ନିକଟରେ ବସି ରହିଥିଲା।

ଏହି କାମରେ ଅଭିଯୁକ୍ତର ପୁଅ ମଧ୍ୟ ସାମିଲ୍‌ ଥିବା ଜାଣିବାକୁ ମିଳିଛି। ସିକ୍ୟୁରିଟି ଗାର୍ଡ ଦେଖିବାକୁ ପାଇଥିଲା ଯେ ବାପାପୁଅ ମିଶି ବେଡସିଟ୍‌ରେ କିଛି ଗୁଡ଼ାଇ ଫୋପାଡ଼ିବା ପାଇଁ ନେଉଥିଲେ। ଫଳରେ ସିକ୍ୟୁରିଟି ଗାର୍ଡର ସନ୍ଦେହ ଉପୁଜିଥିଲା। ଖାଲି ସେତିକି ନୁହେଁ, ସେ ରକ୍ତ ଜୁଡୁବୁଡୁ ଛୁରୀ ମଧ୍ୟ ଦେଖିବାକୁ ପାଇଥିଲା। ସେ ପାଟି କରିବାରୁ ଅନ୍ୟ ପାଖ ଲୋକ ଧାଇଁ ଆସିଥିଲେ। ଫଳରେ ଅଭିଯୁକ୍ତ ନିଜ ପତ୍ନୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।

ହତ୍ୟା ସମୟରେ ଅଭିଯୁକ୍ତର ପୁଅ ଘରେ ନଥିଲା। ସେ ନିଜ ମାଆର ମୃତ୍ୟୁ ଘଟିଥିବାର ଦେଖି ପ୍ରଥମେ ଡରି ଯାଇଥିଲେ ବି ରାତି ପ୍ରା ୧୦.୩୦ ବେଳକୁ ବାପା ସହ ମିଶି ଶରୀରକୁ ଫୋପାଡ଼ିବା ବନ୍ଦେବସ୍ତ କରିଥିଲା।

ସମ୍ବନ୍ଧିତ ଖବର