ମହିଳାଙ୍କ ଅଭିଯୋଗ: ସ୍ୱାମୀ ସର୍କିଟ ହାଉସରେ ଛାଡୁଥିଲେ, ବିଧାୟକ ଦୁଷ୍କର୍ମ କରୁଥିଲେ

ହୈଲାକଣ୍ଡି( ଆସାମ): ଆସାମର ଜଣେ ମହିଳା ତାଙ୍କ ସ୍ୱାମୀ ଓ ଜଣେ ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ଗତ ମେ ମାସରେ ମାତ୍ର ୪ ଦିନ ବ୍ୟବଧାନରେ ସର୍କିଟ ହାଉସରେ ଆସାମର ଜଣେ ବିଧାୟକ ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ମହିଳାଙ୍କୁ ନେଇ ସର୍କିଟ ହାଉସରେ ଛାଡ଼ୁଥିଲେ । ଆଉ ସର୍କିଟ ହାଉସ ଭିତରେ ବିଧାୟକ ତାଙ୍କୁ ଦୁଷ୍କର୍ମ କରୁଥିଲେ। ଏ ନେଇ ହୈଲାକଣ୍ଡି ସଦର ଥାନାରେ ବିଧାୟକଙ୍କ ନାମରେ ମାମଲା ରୁଜୁ ହୋଇଛିି। ମାତ୍ରଏ ପ୍ରକାର ଅଭିଯୋଗକୁ ବିଧାୟକ ଅସ୍ୱୀକାର କରିବା ସହିତ ତଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି।
ହୈଲାକଣ୍ଡି ସଦର ଥାନା ଇନଚାର୍ଜ ସୁରଜିତ ଚୌଧୁରୀ ଙ୍କ ଠାରୁ ପ୍ରକାଶ ଯେ, ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଏଆଇୟୁଡିଏଫ ବିଧାୟକ ନିଜାମୁଦ୍ଦିନ ଚୌଧୁରୀ ତାଙ୍କୁ ଗତ ମେ ମାସ ୧୯ ତାରିଖ ଓ ପୁନର୍ବାର ମେ ମାସ ୨୩ ତାରିଖ ଦିନ ହୈଲାକଣ୍ଡି ସର୍କିଟ ହାଉସରେ ଦୁଷ୍କର୍ମ କରିଛନ୍ତି। ମହିଳାଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏହି ଉଭୟ ଘଟଣାରେ ତାଙ୍କ ସ୍ୱାମୀ ତାଙ୍କୁ ନେଇ ସର୍କିଟ ହାଉସରେ ଥିବା ବିଧାୟକଙ୍କ ପାଖରେ ଛାଡ଼ିଥିଲେ।ସେଠାରେ ତାଙ୍କୁ ବିଧାୟକ ଦୁଷ୍କର୍ମ କରିଥିଲେ। ଏପରିକି ବିଧାୟକ ତାଙ୍କୁ ଉପଭୋଗ କରିବା ପାଇଁ ଗୌହାଟି ନେବାକୁ ଚାହୁଁଥିଲେ। ମାତ୍ର ସେ ଆତ୍ମହତ୍ୟା ଧମକ ଦେବାରୁ ବିଧାୟକ ତାଙ୍କୁ ଛାଡ଼ି ଦେଇଥିଲେ।ତେବେ ତାଙ୍କ ସ୍ୱାମୀ ଘର ଭିତରେ ତାଙ୍କୁ ଏକରକମ ଗୃହବନ୍ଦୀ କରି ରଖିଥିବାରୁ ସେ ଥାନାରେ ଅଭିଯୋଗ କରିବା ବିଳମ୍ବ ହେଲା ବୋଲି ମହିଳାଜଣକ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ତେବେ ବିଧାୟକ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି ଯେ ଯେ ମହିଳା ଜଣକ ତାଙ୍କ ଘରୋଇ ସମସ୍ୟା ନେଇ ତାଙ୍କ ସ୍ୱାମୀଙ୍କ ସହିତ ଆସି ତାଙ୍କୁ କେବଳ ଦେଖା କରିଥିଲେ। ସେ ବ୍ୟକ୍ତିଗତଭାବେ ଅଭିଯୋଗକାରୀଣୀ ମହିଳାଙ୍କୁ ଚିହ୍ନନ୍ତି ନାହିଁ। ତେଣୁ ଏ ପ୍ରକାର ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବିଧାୟକ କହିଛନ୍ତି।

ସମ୍ବନ୍ଧିତ ଖବର