ଅହମଦାବାଦ: ଗୁଜରାଟର ମହିସାଗର ଜିଲ୍ଲାରେ ନରହତ୍ୟା ଅଭିଯୋଗର ସମ୍ମୁଖୀନା ହୋଇ ଜେଲ୍ ଯାଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ଦୁଇ ମାସ ତଳେ ଜଣେ ପୁଲିସବାଲା ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ମହିସାଗର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଉଷା ରାଡ଼ାଙ୍କୁ ସେ ମହିଳା କହିଛନ୍ତି ଯେ ମେ ୨୯ ତାରିଖ ଦିନ ପଚରା ଉଚୁରା ପାଇଁ ନିଆଯାଇଥିବା ବେଳେ ସାନ୍ତାରାମପୁର ଥାନାରେ ଜଣେ କନେଷ୍ଟବଳ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
ନିଜ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସେ ମହିଳାଙ୍କୁ ଗିରଫ କରାଯାଇଥିବା କଥା ରାଡ଼ା କହିଛନ୍ତି।
ଆନ୍ତର୍ଜାତିକ କଏଦୀ ଦିବସ ଅବସରରେ ଗତକାଲି ଆମେ ସାନ୍ତାରାମପୁର ଉପକାରାଗାର ପରିଦର୍ଶନ କରିଥିଲୁ। ପ୍ରଦର୍ଶନ ସମୟରେ ମହିଳାଜଣଙ୍କ ମତେ କହିଥିଲେ କି, ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ଆମେ ଏକ ଏଫ୍ଆଇଆର୍ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଛୁ।
ଜଣେ ମହିଳା ସବ୍-ଇନ୍ସ୍ପେକ୍ଟର୍ଙ୍କ ସମେତ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ତଦନ୍ତ କରିବ।
ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।