‘ଜଣେ ଝିଅ ହୋଇ ଧୂମପାନ କଲାବେଳେ ଟିକେ ଲାଜ ଲାଗିବା ଉଚିତ’, ଜାଣନ୍ତୁ ଏପରି ମନ୍ତବ୍ୟ ରଖିଥିବା ବ୍ୟକ୍ତିର କି ଅବସ୍ଥା କଲେ ମହିଳା

କୋଲକାତା: କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ପିଜି ଛାତ୍ରୀ ସର୍ବସାଧାରଣରେ ଧୂମପାନ କରୁଥିବାରୁ ତାଙ୍କୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ମଝି ରାସ୍ତାରେ ହଇରାଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ କହିବା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ସେ ଅଟୋ-ରିକ୍ସାକୁ ଅପେକ୍ଷା କରିଥିବା ବେଳେ ତାଙ୍କ ବାନ୍ଧବୀଙ୍କ ସହ ମିଶି ଧୂମପାନ କରିଥିଲେ। ସେହି ସମୟରେ ରାଜୁ ସାହା ନାମକ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଜଣେ ଝିଅ ହୋଇ ସର୍ବସାଧାରଣରେ ଧୂମପାନ କଲା ବେଳେ ଟିକେ ଲାଜ ଲାଗିବା କଥା ବୋଲି ସେ ବ୍ୟକ୍ତି ଜଣକ ଚିଲାଇ ଚିଲାଇ କହିଥିଲେ।

ମହିଳାଙ୍କୁ ଅଭିଯୋଗ ଅନୁଯାୟୀ ସେ କେବଳ ଅଶ୍ରବ୍ୟ ଭାଷାରେ ଗାଳି କରିନଥିଲେ ବରଂ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ସ୍ପର୍ଶ ମଧ୍ୟ କରିଥିଲେ। ଅଭିଯୁକ୍ତ ରାଜୁ ଖସି ଯିବାକୁ ଚେଷ୍ଟା କରିଥିଲେ ବି ମହିଳା ଜଣକ ତାଙ୍କୁ ଧରି ପକାଇ ଅଟୋରେ ନେଇ ପୁଲିସ୍‌କୁ ହସ୍ତାନ୍ତର କରାଇଥିଲେ। ପୁଲିସ୍‌ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଛି। ଏ ସଂପର୍କରେ ଅଭିଯୁକ୍ତ ରାଜୁର କହିବା କଥା ହେଲା, ‘ମୁଁ ତାଙ୍କୁ ସର୍ବସାଧାରଣରେ ଧୂମପାନ ନକରିବା ପାଇଁ କହିଥିଲି। ମାତ୍ର ସେ ମାନିଲେ ନାହିଁ। ଫଳରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।’

ସମ୍ବନ୍ଧିତ ଖବର