ସ୍ୱାମୀ ଲିଭ ଇନ୍‌ ପାର୍ଟନରଙ୍କୁ ମାଡ଼ ମାରିବା ପରେ ମହିଳାଙ୍କ ଆତ୍ମହତ୍ୟା

ରାଜକୋଟ୍‌: ଜଣେ ଯୁବକଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିବା ୩ଟି ସନ୍ତାନର ଜନନୀ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ସ୍ୱାମୀ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ମାଡ଼ ମାରି ଅପହରଣ କରି ନେବା ପରେ ମହିଳା ଜଣକ ମାନସିକ ଚାପ ସହି ନ ପାରି କୀଟନାଶକ ପାନ କରି ଆତ୍ମହତ୍ୟା କରିଥିବା ଜଣାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଞ୍ଜୁ ଭଦେରା (୩୩ ବର୍ଷ) ନାମକ ଜଣେ ମହିଳା ଗତ ୬ ମାସ ହେବ ରମେଶ ଗୋହିଲ ନାମକ ଜଣେ ଇମିଟେସନ୍‌ ଜ୍ୱେଲାରୀ ଆଟିଷ୍ଟ ସହିତ ତାଙ୍କ ରାଜକୋଟ ସହରର ପେଡ଼ାକ ରୋଡ୍‌ରେ ଥିବା ଲକ୍ଷେଶ୍ୱର ସୋସାଇଟିରେ ଥିବା ଘରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ମଞ୍ଜୁ ଗତ ୬ ମାସ ହେବ ତାଙ୍କ ସ୍ୱାମୀ ରାଜେଶ ଓ ତାଙ୍କ ପରିବାରଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ ଶାଶୁଘର ଛାଡ଼ି ଆସି ରମେଶଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ତେବେ ଗତ ମଙ୍ଗଳବାର ଦିନ ରାଜେଶ, ତାଙ୍କ ମାଆ ଓ ଅନ୍ୟ ଦୁଇଜଣ ରମେଶଙ୍କ ପେଡ଼ାକ ରୋଡ୍‌ରେ ଥିବା ଲକ୍ଷେଶ୍ୱର ସୋସାଇଟିସ୍ଥିତ ଘରକୁ ଯାଇ ମଞ୍ଜୁଙ୍କ ସମ୍ପର୍କରେ ପଚାରିଥିଲେ। ମାତ୍ର ସେତେବେଳେ ମଞ୍ଜୁ ଘରେ ନ ଥିଲେ। ମଞ୍ଜୁଙ୍କୁ ନ ପାଇ ରାଜେଶ ଓ ତାଙ୍କ ସହଯୋଗୀମାନେ ଏକ ଅଟୋ ରିକ୍ସାରେ ରମେଶଙ୍କୁ ସଙ୍ଗରେ ଧରି ଟମ୍ବା ଗ୍ରାମ ପାଖର ଥିବା ଏକ ଫାର୍ମରେ ନେଇ ରଖିଥିଲେ। ରାଜେଶ ଓ ତାଙ୍କ ସାଙ୍ଗମାନେ ରମେଶଙ୍କୁ ଏକ ଘର ଭିତରେ ରଖି ନିସ୍ତୁକ ମାଡ଼ ମାରିଥିଲେ। ଲୁହା ପାଇପ୍‌ରେ ରମେଶଙ୍କୁ ମାଡ଼ମାାରି ରାଜେଶ ଆହତ କରିଥିଲେ। ତା ପରେ ସେମାନେ ଆହତ ରମେଶଙ୍କୁ ନେଇ ପରେବ୍ଦି ଛକରେ ଫିଙ୍ଗି ଦେଇ ପଳାଇ ଯାଇଥିିଲେ। ଏହା ପରେ ରାଜେଶ ମଞ୍ଜୁଙ୍କୁ ଫୋନ କରି ତାଙ୍କୁ ଅଜି ଡ୍ୟାମ୍‌ କ୍ରସରୋଡ୍‌ରେ ଭେଟିବାକୁ କହିଥିଲେ। ମାତ୍ର ସେତେବେଳକୁ ମଞ୍ଜୁ ରାଜେଶ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ରମେଶଙ୍କୁ ଅପହରଣ କରିଥିବା କଥା ଜାଣି ସାରିଥିଲେ। ତେଣୁ ସେ କୀଟନାଶକ ଖାଇ ରାଜେଶଙ୍କୁ ଭେଟିବାକୁ ଯାଇଥିଲେ। ରାଜେଶଙ୍କ ପାଖରେ ପହଞ୍ଚିବା ମାତ୍ରେ ବିଷଜ୍ୱାଳାରେ ଛଟପଟ ହୋଇ ମଞ୍ଜୁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିିଲା। ସେଠାରେ ଡାକ୍ତର ମଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ।

photo credit-India today

ପୁଲିସ ସୂତ୍ରରୁ ପ୍ରକାଶ ଯେ ରାଜେଶ ଓ ମଞ୍ଜୁଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ ମଞ୍ଜୁ ଓ ରମେଶ ଗୋଟିଏ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା ବେଳେ ରାଜେଶ ଜଣେ ଅଟୋ ରିକ୍ସା ଚାଳକ ଭାବେ କାର୍ଯ୍ୟ କରନ୍ତି। ତେବେ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରିବା ଭିତରେ ରମେଶ ଓ ମଞ୍ଜୁ ପରସ୍ପରକୁ ଭଲ ପାଇ ବସିଥିଲେ ଓ ପରେ ଉଭୟ ଲିଭ ଇନ ରିଲେସନ୍‌ରେ ରହିଥିଲେ। ମଞ୍ଜୁ ରମେଶ ସହିତ ଯାଇ ରହିବା ପରେ ରାଜେଶ ଅଧିକାଂଶ ସମୟରେ ରମେଶ ଘରକୁ ଯାଇ ତାଙ୍କ ସହିତ ପାଟିତୁଣ୍ଡ କରୁଥିଲେ।

ସମ୍ବନ୍ଧିତ ଖବର