ଫତେବାଦ୍ : ହରିୟାଣାରେ ଥିବା ଫତେବାଦ୍ ଜିଲ୍ଲାରେ ଜଣେ ଶିକ୍ଷୟତ୍ରୀ ନିଜ ସ୍କୁଲର ଜଣେ ନାବାଳକ ଛାତ୍ର ସହ ଫେରାର ହେବା ଘଟଣା ଏବେ ଚର୍ଚ୍ଚାରେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଏତେ ବଢ଼ିଗଲା ଯେ ଦୁହେଁ ଘରୁ ଲୁଚି ଚାଲିଯିବାର ଯୋଜନା ତିଆରି କରିଥିଲେ । ଘରୁ ଯିବା ପରେ ନାବାଳକ ଛାତ୍ରର ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଜମ୍ମୁର କାଟ୍ରାରୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଯେ, ଫତେବାଦ୍ରେ ଥିବା ଏକ ସ୍କୁଲର ୨୯ବର୍ଷିୟ ଶିକ୍ଷୟତ୍ରୀ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ ଛାତ୍ରଙ୍କ ପ୍ରେମରେ ପଡ଼ିଥିଲେ । ଦୁଇ ଜଣ କିଛି ଦିନ ପୂର୍ବରୁ ପରସ୍ପର ମଧ୍ୟରେ ମୋବାଇଲ ନମ୍ବର ଅଦଳବଦଳ କରି ରାତିରେ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ତାଙ୍କ ପ୍ରେମକୁ କେହି ବୁଝି ପାରିବେ ନାହିଁ ବୋଲି ଭାବି ଶୁକ୍ରବାର ହଠାତ୍ ଦୁଇ ଜଣ ଘରୁ ଲୁଚି ପଳାଇ ଯାଇଥିଲେ ।
ଏ ବିଷୟରେ ଜାଣିବା ପରେ ସ୍କୁଲର ପ୍ରିନ୍ସିପାଲ ଦୁଇଜଣଙ୍କ ପରିବାରକୁ ଡ଼ାକି ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନାବାଳକଙ୍କ ପରିବାରଲୋକ ଶିକ୍ଷୟତ୍ରୀଙ୍କ ଉପରେ ଅପହରଣର ଅଭିଯୋଗ କରିଥିଲେ । ତଦନ୍ତ ପରେ ଶିକ୍ଷୟତ୍ରୀଜଣଙ୍କ ଘରେ ଛାଡ଼ି ଚାଲି ଯାଇଥିବା ମୋବାଇଲ ଫୋନକୁ ନାବାଳକଙ୍କ ଫୋନ ସହ ସଂଯୋଗ କରି ଜମ୍ମୁର କାଟ୍ରାରୁ ଦୁଇ ଜଣଙ୍କୁ ଠାବ କରିଥିଲା ପୁଲିସ । ଗିରଫ ପରେ ପୀଡ଼ିତା ପୂରା ଘଟଣା ଜଣାଇଥିଲେ । ଶୁକ୍ରବାର ଘରୁ ଯିବା ପରେ ସେମାନେ ପ୍ରଥମେ ହିସାର ଯିବା ପରେ ସେଠାରୁ ସେମାନେ ଦିଲ୍ଲୀ ଚାଲି ଯାଇଥିଲେ । ସେଠାରୁ ଦୁଇଜଣ ଜମ୍ମୁର କାଟ୍ରାରେ ଯାଇ ପହଞ୍ଚିଥିଲେ ।