ମହିଳାଙ୍କଠାରୁ ଲୁଟ୍‌ ଉଦ୍ୟମ ୨ଲୁଟେରା ଗିରଫ

ଭୁବନେଶ୍ୱର: ବମିଖାଲ ନିକଟରୁ ଜଣେ ମହିଳାଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ଅଟକ ଥିବା ଦୁଇ ଲୁଟେରାଙ୍କୁ ଆଜି ସହିଦନଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ନକୁଳ ବେହେରା(୨୭) ଓ ସହଦେବ ଭୋଇ(୩୫)।

ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସୀମା ସାହା ଓ ତାଙ୍କ ସ୍ୱାମୀ ଅନୁପ ସାହା ବମିଖାଲ ସ୍ଥିତ ଏକ ହୋଟେଲ୍‌ରୁ ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ନକୁଳ ଓ ସହଦେବ ତାଙ୍କୁ ପିଛା କରିଥିଲେ। ଠିକ୍‌ ଇମ୍ଫା ଅଫିସ୍‌ ନିକଟରେ ଉଭୟ ସୀମାଙ୍କ ହାର ଝାମ୍ପିନେବାକୁ ଚେଷ୍ଟା କରିଥିଲେ। ହେଲେ ସୀମା ପାଟି କରିବାରୁ ଉଭୟ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ଉଦ୍ୟମ କରିଥିଲେ। ଉଭୟ ନିଶାସକ୍ତ ଥିବାରୁ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଟ୍ରାଫିକ୍‌ରେ ପିଟି ହୋଇ ତଳେ ପଡ଼ିଥିଲେ। ସେଠାରେ ଥିବା ଟ୍ରାଫିକ୍‌ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉଭୟଙ୍କୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର